Categories: ଜାତୀୟ

ଚନ୍ଦ୍ରାୟନ-୨: ଉତ୍‌କ୍ଷେପଣ ୪ ଦିନ ମଧ୍ୟରେ ନ ହେଲେ ୩ ମାସ ପରେ ହେବ

ଶ୍ରୀହରିକୋଟା,୧୫।୭: ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ଶେଷ ମୁହୂର୍ତ୍ତରେ ଅଟକି ଯାଇଛି। ଆଗାମୀ ୪ ଦିନ ମଧ୍ୟରେ ଏହାର ଉତ୍‌ କ୍ଷେପଣ କରା ନ ଗଲେ ଏହି କାର୍ଯ୍ୟକ୍ରମ ୩ ମାସ ପରେ ହେବ ବୋଲି କୁହାଯାଉଛି। ଏଥି ପାଇଁ ପୁଣି ନୂଆ ତାରିଖ ଏବଂ ସମୟ ଇସ୍ରୋ ପକ୍ଷରୁ ଘୋଷଣା କରାଯିବ। କ୍ରାୟୋଜେନିକ୍‌ ଇଞ୍ଜିନ୍‌ ଏବଂ ଚନ୍ଦ୍ରାୟନ-୨କୁ ସଂଯୋଗ କରୁଥିବା ଯାନ ମଧ୍ୟରେ ଆବଶ୍ୟକ ଚାପ ସୃଷ୍ଟି ହେଉ ନ ଥିବାରୁ ଏହାର ଉତ୍‌କ୍ଷେପଣରେ ଅସୁବିଧା ଉପୁଜିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଶେଷ ମୁହୂର୍ତ୍ତରେ ଏହାକୁ ବନ୍ଦ କରାଯାଇଥିବା କୁହାଯାଉଛି। ଇସ୍ରୋ ବୈଜ୍ଞାନିକ ଏହାର ଉତ୍‌କ୍ଷେପଣ ୪ଦିନ ମଧ୍ୟରେ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ଯଦି ଏପରି ନ ହୁଏ ପରେ ଏହି କାର୍ଯ୍ୟକ୍ରମକୁ ୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାର ସମ୍ଭାବନା ରହିଛି। ଏହାର ଉତ୍‌କ୍ଷେପଣ ଅକ୍ଟୋବର ୧୦ରୁ ୨୬ ମଧ୍ୟରେ ହେବାର ସମ୍ଭାବନା ରହିଛି। କାରଣ ଏହି ସମୟରେ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଦୂରତା ୩ ଲକ୍ଷ ୬୧ ହଜାର କିଲୋମିଟର ହେବ। ମାତ୍ର ଏବେ ଏହି ଦୂରତା ୩ ଲକ୍ଷ ୮୪ ହଜାର କିଲୋମିଟର ରହିଛି। ତ୍ରୁଟି ସମ୍ପର୍କରେ ଜାଣିବା ପାଇଁ ପ୍ରଥମେ ରକେଟରେ ଥିବା ଇନ୍ଧନକୁ ବାହାର କରାଯାଇ ଏହାର ପରୀକ୍ଷଣ କରାଯିବ। ଏଥିରେ ଥିବା ତରଳ ଅକ୍ସିଜେନ୍‌ ଓ ହାଇଡ୍ରୋଜେନ୍‌କୁ ମାଇନସ୍‌ ୧୫୬ ଡିଗ୍ରୀ ସେଲସିୟସ୍‌ରେ ରଖାଯିବ। ଏହା ଏକ ଜଟିଳ କାର୍ଯ୍ୟ ହୋଇଥିଲେ ମଧ୍ୟ ଏହାକୁ କରିବା ଅପରିହାର୍ଯ୍ୟ। ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ବନ୍ଦ ସମ୍ପର୍କରେ ଯାଞ୍ଚ୍‌ ଆନାଲିସିସ୍‌ କମିଟି କରିବ ବୋଲି କୁହାଯାଉଛି।

Share