Categories: ଜାତୀୟ

ଚନ୍ଦ୍ରାୟନ-୨: ବାହୁବଳୀ ରକେଟର ଉତ୍‌କ୍ଷେପଣ ଦେଖିବେ ଦର୍ଶକ

ଶ୍ରୀହରିକୋଟା,୧୪।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୪-୧୫ ଭୋର୍‌ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବ। ଜିଏସ୍‌ଏଲ୍‌ଭି ମାର୍କ-୩ ବାହୁବଳୀ ରକେଟର ଉତ୍‌କ୍ଷେପଣ ଦେଖିବା ପାଇଁ ଦର୍ଶକମାନେ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିଛନ୍ତି। ଏଠାରେ ୧୦ ହଜାର ଦର୍ଶକ ବସିବାର ସୁବିଧା ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଚନ୍ଦ୍ରାୟନ-୨ର ୨୦ ଘଣ୍ଟିଆ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ ରବିବାର ସକାଳ ୬ଟା ୫୧ରୁ ଆରମ୍ଭ ହୋଇଛି। ଏହାର ଉଚ୍ଚତା ୪୪ ମିଟର ରହିଛି। ଯାହାକି ୧୫ ମହଲା କୋଠା ସହିତ ପ୍ରାୟ ସମାନ ହେବ ବୋଲି କୁହାଯାଉଛି। ଏଥିରେ ଥିବା ଓର୍ବିଟରର ଲମ୍ବ ୨.୫ ମିଟର। ଏହାର ଓଜନ ୩୫ ଶହ କିଗ୍ରା ରହିଛି। ସେହିପରି ଏଥିରେ ଥିବା ଲାଣ୍ଡର ବିକ୍ରମର ଲମ୍ବ ୩.୫ ମିଟର ରହିଛି। ଏହାର ଓଜନ ୧୪ ଶହ କିଗ୍ରା। ଏଥିରେ ଥିବା ରୋଭର ପ୍ରଜ୍ଞାର ଲମ୍ବ ଏକ ମିଟର ଏବଂ ଏହାର ଓଜନ ୨୭ କିଗ୍ରା ରହିଛି।

Share