Categories: ଜାତୀୟ

ଚନ୍ଦ୍ରୟାନ-୧କୁ ପୁରିଲା ୧୧ ବର୍ଷ

ନୂଆଦିଲ୍ଲୀ,୨୨।୧୦: ଅକ୍ଟୋବର ୨୨ ଠିକ୍‌ ଆଜିର ଦିନରେ ହିଁ ଚନ୍ଦ୍ରୟାନ-୧କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଚନ୍ଦ୍ରକୁ ପ୍ରେରଣ କରିଥିଲା। ୨୦୦୮ରେ ଏହା ପ୍ରେରଣ କରାଯାଇଥିବା ବେଳେ ଏବେ ଏହାକୁ ପୂରଣ ହୋଇଛି ୧୧ ବର୍ଷ। ହେଲେ ଆଜିବି ଚନ୍ଦ୍ରୟାନ-୧ ପାଇଁ ଭାରତ ଗର୍ବ କରେ। କାରଣ ଭାରତର ଏହା ଏମିତି ଏକ ସ୍ପେଶ ମିଶନ ଥିଲା ଯାହା ବିଶ୍ୱକୁ ସୂଚନା ଦେଇଥିଲା କି ଚନ୍ଦ୍ରରେ ପାଣି ଅଛି। ଏହା ଏକ ବଡ ଅନୁସନ୍ଧାନ ଥିଲା। ଏ କ୍ଷେତ୍ରରେ ଭାରତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏମିତିକି ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିବା ଦେଶ ମଧ୍ୟ ଏହି ଗବେଷଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା। ସୂଚନାଯୋଗ୍ୟ, ୨୦୦୮ରେ ଏହା ପ୍ରେରଣ କରାଯାଇଥିବା ବେଳେ ଏହାକୁ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ ହୋଇଥିଲା ୧୯୯୯ରେ। ଇଣ୍ଡିଆନ ଏକାଡେମୀ ଅଫ୍‌ ସାଇନସେସ୍‌ ପ୍ରଥମେ ଏହାର ଆଇଡିଆ ଦେଇଥିଲା। ଏହାପରେ ୨୦୦୦ରେ ଏଷ୍ଟ୍ରୋନଟିକାଲ ସୋସାଇଟି ଅଫ୍‌ ଇଣ୍ଡିଆ ଏଥିରେ ସହମତି ପ୍ରକାଶ କରିଥିଲା। ଏହାକୁ ନେଇ ଇସ୍ରୋ ନ୍ୟାଶନାଲ ଲୁନାର ମିଶନ ଟାସ୍କ ଫୋର୍ସ ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ କେତେଜଣ ବଡ ବଡ ବୈଜ୍ଞାନିକ ସାମିଲ ହୋଇଥିଲେ। ୨୦୦୩ ନଭେମ୍ବରରେ ପ୍ରଥମ କରି ମୁନ ମିଶନ ଚନ୍ଦ୍ରୟାନ-୧କୁ ଭାରତ ସରକାରଙ୍କ ତରଫରୁ ସବୁଜ ସଙ୍କେତ ମଳିଯାଇଥିଲା। ଦୀର୍ଘ ୫ ବର୍ଷର ପରିଶ୍ରମ ପରେ ତିଆରି ହୋଇଥିଲା ଚନ୍ଦ୍ରୟାନ-୧।

Share