କାନପୁର,୨୨।୭: ଚନ୍ଦ୍ରୟାନ-୨ର ସଫଳ ଉତ୍କ୍ଷେପଣ ପାଇଁ ଉତ୍ତର ପ୍ରଦେଶର କାନପୁରରେ ସୋମାବାର ପୂଜାର୍ଚ୍ଚନା କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ -୨କୁ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଗତ ସପ୍ତାହରେ ଉତ୍କ୍ଷେପଣ କରାଯାଇ ନ ଥିଲା। ତେଣୁ ଏଥର ସଫଳ ଉତ୍କ୍ଷେପଣ ପାଇଁ ପୂଜାର୍ଚ୍ଚନା କରାଯାଇଥିବା ଜଣାପଡିଛି। ଶ୍ରାବଣର ପ୍ରଥମ ସୋମବାର ଓ ହିନ୍ଦୁ କ୍ୟାଲେଣ୍ଡରର ପଞ୍ଚମ ମାସ ହୋଇଥିବାରୁ ଏହାକୁ ଉତ୍ତର ଭାରତରେ ଖୁବ୍ ଧୁମଧାମରେ ପାଳନ କରାଯାଉଥିବାରୁ ଲୋକେ ଭମେଶ୍ୱର ମହାଦେବ ମନ୍ଦିରରେ ପୂଜାଚ୍ଚନା କରିବା ସମୟରେ ମହାଦେବଙ୍କୁ କ୍ଷୀରରେ ଗାଧୋଇ ଦେବା ସହ ସେଠାରେ ଇସ୍ରୋ, ଚନ୍ଦ୍ରୟାନ-୨ର ବ୍ୟାନର ଓ ଭାରତର ଜାତୀୟ ପତାକା ରଖି ପୂଜା କରାଯାଉଥିବା ଦେଖିବାକୁ ମିଳିଛି। ଏହା ଏକ ଐତିହାସିକ ଉତ୍କ୍ଷେପଣ ହେବ ବୋଲି କୁହାଯାଉଛି। ସୋମବାର ଦିନ ୨ଟା ୪୩ରେ ଏହାର ଉତ୍କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।