Posted inଜାତୀୟ

ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ନିଷ୍ପତ୍ତି ବୁଧବାର

ବେଙ୍ଗାଲୁର,୧୬।୭: ଚନ୍ଦ୍ରୟାନ-୨ର ପରବର୍ତ୍ତୀ ଉତ୍‌କ୍ଷେପଣ ତାରିଖ ସଂକ୍ରାନ୍ତ ନିଷ୍ପତ୍ତି ବୁଧବାର ଘୋଷଣା କରାଯିବା ସମ୍ଭାବନା ଅଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ମିଳିଛି। ଲଞ୍ଚ୍‌ ଭେଇକିଲ୍‌ ସିଷ୍ଟମ୍‌ରେ ତ୍ରୁଟି ସୁଧାର କାର୍ଯ୍ୟ ସମ୍ପନ୍ନ ହେବାପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ସବୁ ଠିକ୍‌ଠାକ୍‌ ରହିଲେ ଆସନ୍ତା ସୋମବାର (ଜୁଲାଇ ୨୨)ରେ ଉତ୍‌କ୍ଷେପଣ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି। ନଚେତ୍‌ ଅକ୍ଟୋବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଆଉ କେତେକ ବୈଜ୍ଞାନିକଙ୍କ ଧାରଣା ଚଳିତ ବର୍ଷ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ ସମ୍ଭବତଃ ହୋଇ ନ ପାରେ। ତେବେ ଏ ସମ୍ପର୍କରେ ଇସ୍ରୋ ସରକାରୀ ଭାବେ ସୂଚନା ଦେବା ବାକି ରହିଛି। ବୈଷୟିକ ତ୍ରୁଟି ଯୋଗୁ ରବିବାର ରାତିରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। କ୍ରାୟୋଜେନିକ୍‌ ଇଞ୍ଜିନ୍‌ ଏବଂ ଚନ୍ଦ୍ରୟାନ-୨କୁ ସଂଯୋଗ କରୁଥିବା ଯାନ ମଧ୍ୟରେ ଆବଶ୍ୟକ ଚାପ ସୃଷ୍ଟି ହେଉ ନ ଥିବାରୁ ଉତ୍‌କ୍ଷେପଣରେ ଅସୁବିଧା ଉପୁଜିବା ଆଶଙ୍କାକୁ ଦୃଷ୍ଟିରେ ରଖି ଶେଷ ମୁହୂର୍ତ୍ତରେ ଏହାକୁ ବନ୍ଦ କରିଦିଆଯାଇଛି। ଏହାର ଉତ୍‌କ୍ଷେପଣ ଅକ୍ଟୋବର ୧୦ରୁ ୨୬ ମଧ୍ୟରେ ହେବା ଯଥେଷ୍ଟ ସମ୍ଭାବନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ କାମଧେନୁ ଗୋ-ଶାଳାର ଶିଳାନ୍ୟାସ କଲେ ମନ୍ତ୍ରୀ

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଜନଜାତି ବହୁଳ ବଡ଼ବୁରୁଡ଼ା ଗ୍ରାମ ଶବରୀ ମାତା ଆଶ୍ରମ ଆନୁକୁଲ୍ୟରେ ରବିବାର ପବିତ୍ର...

ଓଡ଼ିଆ ପକ୍ଷ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଡିଓ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତି ପକ୍ଷରୁ ରବିବାର ଓଡ଼ିଆ ପକ୍ଷ ଅବସରରେ ବିଭିନ୍ନ ପଞ୍ଚାୟତରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ବିଡ଼ିଓ ପୂର୍ଣ୍ଣ...

ଭାଟୁଣିଆଁରେ ୧୮ ଟିକିଆ ହାତୀପଲ: ଲୋକେ ଆତଙ୍କିତ

କେନ୍ଦୁଝର,୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବନାଞ୍ଚଳ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ଗ୍ରାମର ନାଳ ନିକଟରେ ୧୮ଟିକିଆ ହାତୀପଲ ଦିନବେଳେ ଡେରା ପକାଇଛନ୍ତି। ଶନିବାର ସନ୍ଧ୍ୟାରେ...

କେସିଙ୍ଗା ଏନ୍‌ଏସିରେ ସଫେଇ କଲେ ଅଧ୍ୟକ୍ଷ

କେସିଙ୍ଗା,୬ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଅଧ୍ୟକ୍ଷ ନୃପରାଜ ଯାଦବ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ସହରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ। ପ୍ରଥମେ...

ବାଲେଶ୍ବରରେ ରାମନବମୀ ଶୋଭାଯାତ୍ରାରେ ନିଆରା ଦୃଶ୍ୟ

ବାଲେଶ୍ବର,୬।୪: ଆଜି ପବିତ୍ର ରାମନବମୀ। ସବୁଠି ଉତ୍ସବମୁଖର। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ।...

ରୋହିତଙ୍କ ସହିତ କିପରି ରହିଛି ବିରାଟ କୋହଲିଙ୍କ ସମ୍ପର୍କ ? ସବୁଖୋଲି କହିଦେଲେ ବିରାଟ…

ମୁମ୍ବାଇ,୬ା୪: ଇଣ୍ଡିଆନ ପ୍ରିମିୟର ଲିଗର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ସୋମବାର ମୁହାଁମୁହିଁ ହେବେ। ଯେଉଁଥିରେ ଭାରତୀୟ ଦଳର...

ରାମନବମୀରେ ଅଘଟଣ: ପୁଅର ଶାବଳ ମାଡ଼ରେ ବାପା ମୃତ, ମା’ ଗୁରୁତର

ସମ୍ବଲପୁର,୬।୪: ରାମନବମୀରେ ସବୁଠି ଉତ୍ସବର ମାହୋଲ ରହିଥିବା ବେଳେ ସମ୍ବଲପୁର ଜିଲା ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି।...

ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଖେତୁଆଳି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିପୋଡ଼ି ଛାରଖାର୍‌ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image