Categories: ଜାତୀୟ

ଚନ୍ଦ୍ରୟାନ-୨: ମହିଳା ବୈଜ୍ଞାନିକଙ୍କ ଉପରେ ଗୁରୁ ଦାୟିତ୍ୱ

ବେଙ୍ଗାଲୁରୁ,୨୨।୭: ଚନ୍ଦ୍ରାୟାନ-୨ର ନେତୃତ୍ୱ ୨ ମହିଳା ବୈଜ୍ଞାନିକଙ୍କୁ ଦିଆଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମହାକାଶ ମିଶନରେ ଏହା ପ୍ରଥମ ଥର ହେବାକୁ ଯାଉଛି। ଏଥିରେ ଭନିଥା ମୁଥୈୟା ପ୍ରୋଜେକ୍ଟ ଡାଇରେକ୍ଟ ଭାବେ କାମ କରୁଥିବା ବେଳେ ରିତୁ କାରିଢାଲ ମିଶନ ଡାଇରେକ୍ଟର ଭାବେ କାମ କରୁଛନ୍ତି। ଏ କ୍ଷେତ୍ରରେ ଉଭୟ ମହିଳାଙ୍କର ୨୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି। ଇସ୍ରୋର ସୂଚନା ଅନୁଯାୟୀ, ଚନ୍ଦ୍ରାୟାନ-୨ର ସଫଳତା ପଛରେ ୩୦ ପ୍ରତିଶତ ମହିଳାଙ୍କର ହାତ ରହିଛି। ଯଦି ଏହାର ସଫଳ ଉତ୍‌କ୍ଷେପଣ ହେଲା ତେବେ ବିଶ୍ୱର ପ୍ରଥମ ମିଶନ ଭାବେ ଏହା ଚନ୍ଦ୍ରର ଦକ୍ଷିଣରେ ଅବତରଣ କରିବ। ଏହା ଚନ୍ଦ୍ରର ଅନ୍ଧାରିଆ ଭାଗ ଯେଉଁଠି ଅବତରଣ କରିବାକୁ ଏପର୍ଯ୍ୟନ୍ତ କୌଣସି ଦେଶ ସାହସ କରି ନାହାଁନ୍ତି।

Share