Categories: ଜାତୀୟ

ଚନ୍ଦ୍ରୟାନ-୨ ମିଶନ ବିଫଳ: ମୋଦିଙ୍କୁ ଧରି କାନ୍ଦିଲେ ସିବନ୍‌

ଶ୍ରୀହରିକୋଟା,୭।୯: ଭାରତର ବହୁ ପ୍ରତିକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ର ପୃଷ୍ଠର ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି। ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଅବତରଣ ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିବା କୁହାଯାଉଛି। ଚନ୍ଦ୍ରୟାନ-୨ର ବିଫଳତା ପରେ ଇସ୍ରୋ ମୁଖ୍ୟ କେ. ସିବନ୍‌ ସେଠାରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଣ୍ଢାଇ ଧରି କାନ୍ଦି ପକାଇଥିଲେ। ତେବେ ମୋଦି ତାଙ୍କ ପିଠି ଥାପୁଡ଼ାଇ ସ୍ବାନ୍ତନା ଦେଇଥିଲେ। ଏହା ଦ୍ୱାରା ଇସ୍ରୋ ମହାକାଶ ବିଜ୍ଞାନୀଙ୍କ ମନୋବଳ ଅଧିକ ଦୃଢ଼ ହୋଇପାରିଥିବା ମୋଦି କହିଛନ୍ତି।

Share