Categories: ଫୁରସତ

‘ଚନ୍ଦ୍ରୟାନ-୨’ ମିଶନ

ଶେଷ ପାଦରେ ଉପନୀତ ୨୦୧୯। ଚଳିତବର୍ଷ ଘଟିଥିବା ପ୍ରମୁଖ ବିଜ୍ଞାନ ତଥା ସ୍ବାସ୍ଥ୍ୟଭିତ୍ତିକ ତଥ୍ୟାବଳୀକୁ ନେଇ ଉପସ୍ଥାପନା…

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ଚନ୍ଦ୍ର ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଚଳିତ ବର୍ଷ ‘ଚନ୍ଦ୍ରୟାନ-୨’ ଅଭିଯାନ କରାଯାଇଥିଲା। ହେଲେ ସଫଳତାର ସହ ମହାକାଶକୁ ସ୍ପେଶ୍‌କ୍ରାଫ୍ଟ ‘ଚନ୍ଦ୍ରୟାନ-୨’କୁ ଉତ୍‌କ୍ଷେପଣ କରାଯାଇଥିଲେ ମଧ୍ୟ ଏହାର ଲ୍ୟାଣ୍ଡର ‘ବିକ୍ରମ’ ଠିକ୍‌ ଶେଷ ମୁହୂର୍ତ୍ତରେ କକ୍ଷଚୁତ୍ୟ ହୋଇଥିଲା। ଫଳରେ ଏହି ଅଭିଯାନର ସଫଳତା କେବଳ ସ୍ବପ୍ନ ହୋଇ ରହିଗଲା। ତିନୋଟି ଅଂଶକୁ ନେଇ ଗଠିତ ଏହି ସ୍ପେଶକ୍ରାଫ୍ଟର ପ୍ରଥମ ଅଂଶ ‘ଅର୍ବିଟର’ର ଓଜନ ୨୩୭୯ କିଗ୍ରା, ଦ୍ୱିତୀୟ ଅଂଶ ଲ୍ୟାଣ୍ଡର ବିକ୍ରମର ଓଜନ ୧୪୭୧ କିଗ୍ରା ଏବଂ ତୃତୀୟ ରୋଭର ‘ପ୍ରଜ୍ଞା’ର ଓଜନ ଥିଲା ମାତ୍ର ୨୭ କିଗ୍ରା। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ ଗବେଷଣା କେନ୍ଦ୍ରରୁ ‘ବାହୁବଲୀ’ ନାମକ ଟିଏସ୍‌ଏଲ୍‌ଭି ରକେଟ୍‌ ଦ୍ୱାରା ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା।

Share