Categories: ଜାତୀୟ

ଚନ୍ଦ୍ରୟାନ-୨ ଲ୍ୟାଣ୍ଡିଂ ପୂର୍ବରୁ ପ୍ରତିକ୍ରିୟା ରଖିଲେ ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ,୬।୯: ଭାରତ ପାଇଁ ମହାକାଶ କ୍ଷେତ୍ରରେ ଶୁକ୍ରବାର ବିଳମ୍ବିତ ରାତି ଏକ ଐତିହାସିକ ଦିନ ପାଲଟିବାକୁ ଯାଉଛି। ରାତି ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୨ ଲ୍ୟାଣ୍ଡିଂ କରିବ। ସମଗ୍ର ଦେଶକୁ ଏହି ମୁହୂର୍ତ୍ତର ଅପେକ୍ଷା ରହିଛି। ଏହା ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ସିବନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଚନ୍ଦ୍ରପୃଷ୍ଠର ଏଭଳି ସ୍ଥାନରେ ବିକ୍ରମକୁ ଲ୍ୟାଣ୍ଡ କରିବାକୁ ଯାଉଛୁ, ଯେଉଁଠାରେ ଏଯାଏ କୌଣସି ରାଷ୍ଟ୍ର ପହଞ୍ଚି ପାରିନାହାନ୍ତି। ତେବେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆମେ ଆଶ୍ୱସ୍ତ ରହିଥିବା ବେଳେ ରାତିକୁ ଅପେକ୍ଷା କରିଛୁ ବୋଲି ସିବନ କହିଛନ୍ତି। ଯଦି ଚନ୍ଦ୍ରୟାନ-୨ ସଫଳତାପୂର୍ବକ ଲ୍ୟାଣ୍ଡିଂ କରିବ ତେବେ ଭାରତ ବିଶ୍ୱ ରେକର୍ଡ କରି ୪ର୍ଥ ସ୍ଥାନ ହାସଲ କରିବ। ପୂର୍ବରୁ ରୁଷ୍‌, ଚାଇନା ଓ ଆମେରିକା ଏହି ସଫଳତା ହାସଲ କରିସାରିଛନ୍ତି। ଏଥିସହ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଞ୍ଚିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଜଣାଯିବ।

Share