ଚପିଯାଉଛି ସିଏମ୍‌ସିର ଦୁର୍ନୀତି

କଟକ ଅଫିସ, ୨୪।୯: କଟକ ମହାନଗର ନିଗମ(ସିଏମ୍‌ସି)ରେ ବହୁ ଦୁର୍ନୀତି ଲୋକଲୋଚନକୁ ଆସିଛି। ସେନେଇ ତଦନ୍ତ ହେବା ସହ ମାମଲା ବି ରୁଜୁ ହୋଇଛି। ହେଲେ ଅନେକ ଦୁର୍ନୀତି ଘଟଣାର ତଦନ୍ତ ବାଟବଣା ହୋଇଥିବାବେଳେ କେତେକ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ। ସହରର କେତେଜଣ ସାମାଜିକ କର୍ମୀ ସିଏମ୍‌ସିର ଦୁର୍ନୀତି ସମ୍ପର୍କିତ କେତେକ ତଥ୍ୟ ସୂଚନା ଅଧିକାର ଆଇନ ଜରିଆରେ ପାଇଛନ୍ତି। ସେହି ଆଧାରରେ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ସୋମବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆରଡିସି) ଅନିଲ କୁମାର ସାମଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟ ଅନୁଯାୟୀ, ସିଏମ୍‌ସିର ମୋଟରଯାନ ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି। ଏ ନେଇ ତତ୍କାଳୀନ କମିଶନର ଜ୍ଞାନ ଦାସଙ୍କ ସମୟରେ ଏକ ତଦନ୍ତ କମିଟି (ରେଫେରେନ୍ସ ନମ୍ବର- ୯୯୫୯/୮ା୯ା୧୫) ଗଠନ କରାଯାଇଥିଲା। କିନ୍ତୁ ତଦନ୍ତ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇପାରିଲା ନାହିଁ।
ସେହିପରି ଜଣେ ଅଧିକାରୀ ସ୍ମରଣିକା, ଆରୋହଣ, ପ୍ରବାଦ ପୁରୁଷ ଆଦି ୩ ପତ୍ରିକାର ଦାୟିତ୍ୱରେ ଥିଲେ। ଏହି ପତ୍ରିକାଗୁଡ଼ିକର ୫୦୦ କପି ଛପା ଯାଇ କାଗଜପତ୍ରରେ ୬୦୦୦ ଦର୍ଶାଯାଇ ପ୍ରାୟ ୪୫ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଧରାପଡ଼ିଯିବା ଭୟରେ ମାଗାଜିନ ଫାଇଲକୁ ଗାଏବ କରି ଦିଆଗଲା। ଫାଇଲ ଦାୟିତ୍ୱରେ ଥିବା କନିଷ୍ଟ ସହାୟକଙ୍କ ନାମରେ ପୁରୀଘାଟ ଥାନାରେ ଏତଲା ଦିଆଯାଇଥିଲା। ଏ ନେଇ ଏକ ତଦନ୍ତ କମିଟି (ରେଫେରେନ୍ସ ନମ୍ବର ୮୯୪/୪ା୩ା୧୭) ପୂର୍ବତନ କମିଶନର ଜ୍ଞାନ ଦାସଙ୍କ ସମୟରେ ଗଠନ କରାଯାଇଥିଲା। ତଦନ୍ତ କମିଟିକୁ ୨ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁି। ସେହିପରି ଉକ୍ତ ଅଧିକାରୀ ଜଣକ ରିକଭରି ଦାୟିତ୍ୱ ତୁଲାଇଥିଲେ, ସେହି ସମୟରେ ହୋଲଡିଂ ଟିକସ ବାବଦରେ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏପରି କି ୧କୋଟି ୪ଲକ୍ଷ ୫୮ହଜାର ୧୩୧ଟଙ୍କା ତାଙ୍କଠାରୁ ଆଦାୟ କରାଯିବା ପାଇଁ ଲୋକାଲ ଅଡିଟ ନିର୍ଦ୍ଦେଶ ନାମା ଜାରି କରିଥିଲେ। ଏଥିସହ ଉକ୍ତ ଅଧିକାରୀ ଜଣକ ଏଷ୍ଟାବ୍ଲିଶମେଣ୍ଟ ଦାୟିତ୍ୱରେ ଥିବାବେଳେ ତାଙ୍କ ନାମରେ ଲୋକାଲ ଫଣ୍ଡ ଅଡିଟ କାରଣଦର୍ଶାଅ ନୋଟିସ ଜାରି କରି ୩୧ଲକ୍ଷ ୬୮ହଜାର ୪୪୪ଟଙ୍କା ରିକଭରି କରିବା ପାଇଁ ନୋଟିସ୍‌ କରିଥିଲେ।
ସିଡିଏ ବିଡ଼ାନାସୀ ଅଞ୍ଚଳରୁ ଆଦାୟ ହୋଇଥିବା ହୋଲ୍‌ଡିଂ ଟିକସ ବାବଦରେ ଯାଞ୍ଚ ପାଇଁ ଡେପୁଟି କମିଶନର ନିର୍ଦ୍ଦେଶନାମା(ଅର୍ଡର ନମ୍ବର ୨୦୦୬/ ୯ା୩ା୨୦୧୭) ଜାରି କରିଥିଲେ। ଏନେଇ ୩ ଟିକସ କଲେକ୍ଟରଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପତ୍ରକୁ ମଧ୍ୟ ଚପାଇ ଦିଆଯାଇଛି।
ସେହିପରି ପାଣି ନିଷ୍କାସନ ପାଇଁ ବ୍ୟବହୃତ ପମ୍ପସେଟ୍‌ ଡିଜେଲ ବାବଦରେ କୋଟି କୋଟି ଟଙ୍କା ହରିଲୁଟ୍‌ ହେଉଛି। ଏପରି କି ବିନା ଲକ୍‌ବୁକ୍‌ରେ ଡିଜେଲ ଇସ୍ୟୁ କରାଯାଉଥିବା ଅଭିଯୋଗ ହେଉଛି। ବିଶେଷକରି ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ ତୁଳସୀପୁର ୱାରଲେସ ପଏଣ୍ଟ, ସିଆରଆରଆଇ, କାଳିଆବୁଦା ଆଦି ଅଞ୍ଚଳରେ ବ୍ୟବହୃତ ପମ୍ପସେଟ୍‌ ସମ୍ପର୍କିତ ଲକ୍‌ବୁକ୍‌ ତଥ୍ୟ ପାଇଁ ସୂଚନା ଅଧିକାର ଆଇନ ଜରିଆରେ ମଗାଯାଇଥିଲା। କିନ୍ତୁ ସିଏମ୍‌ସି ପକ୍ଷରୁ ଏ ନେଇ କୌଣସି ରିପୋର୍ଟ ମିଳି ନ ଥିବା ଆରଡିସିଙ୍କ ନିକଟରେ ଅଭିଯୋଗ କରାଯାଇଛି।
ସିଏମ୍‌ସି ଅଧୀନ ଶହୀଦଭବନ, କଲ୍ୟାଣମଣ୍ଡପଗୁଡ଼ିକର ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏନେଇ କଲ୍ୟାଣମଣ୍ଡପ ଦାୟିତ୍ୱରେ ଥିବା ଜଣେ ପୂର୍ବତନ ନିର୍ବାହୀ ଅଧିକାରୀଙ୍କଠାରୁ ଉକ୍ତ ଅର୍ଥ ଆଦାୟ କରାଯିବା ପାଇଁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ତାହା ଆଜିପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଇତିମଧ୍ୟରେ ସେ ତାଙ୍କ ଚାକିରିରୁ ଅବସର ନେଇସାରିଲେଣି।
ଏଭଳି ଦୁର୍ନୀତିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦିଲୀପ କୁମାର ପରିଜାଙ୍କ ନେତୃତ୍ୱରେ ସଞ୍ଜିତ ସାମଲ, ଅନିଲ ରାୟ, ମାୟାଧର ପାଣି, ମାନସ କୁମାର ସାହୁ, କାଳନ୍ଦୀ ଭୋଇ, ଜୟନ୍ତ ମହାନ୍ତି, ସୁବାସ ସାମଲ ପ୍ରମୁଖ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସିଂ ଆନ୍ଦୋଳନକୁ ନେଇ ବଡ଼ ଖବର, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୮।୯: ନର୍ସିଂ ଆନ୍ଦୋଳନକୁ ନେଇ ବଡ଼ ଖବର। ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନର୍ସିଂ ସଂଘ ରାଜି ହୋଇଥିବା ସୂଚନା ଦେଲେ ମୁକେଶ ମହାଲିଙ୍ଗ। ନର୍ସିଂ ସଂଘ...

ମୋହନ ସରକାରଙ୍କ ବଡ଼ ଘୋଷଣା, ବଢିଲା ଅବଧି…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି...

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ଗୋପାଳକ ଓ ଦୁଗ୍ଧଚାଷୀଙ୍କୁ ମିଳିବ…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ...

ଭିଜିଲାନ୍ସ ଚଢ଼ାଉ, ଜଣାପଡିଲା ମନରେଗା ଯୋଜନାର ସତ!

କେସିଙ୍ଗା,୨୮।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ମନେରେଗା ଯୋଜନାରେ ହୋଇଥିବା କାମର କେସ ରେକର୍ଡ ଭିଜିଲାନ୍ସ...

ଭଦ୍ରକ ତୁମୁଳକାଣ୍ଡର ୮ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି…

ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri