Categories: ବାଣିଜ୍ୟ

ଚବିଶ ଘଣ୍ଟିଆ ହେବ ଏନ୍‌ଇଏଫ୍‌ଟି ନେଣଦେଣ

ନୂଆଦିଲ୍ଲୀ,୭-୧୨: ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ନୂଆ ପଦକ୍ଷେପ ହାତକୁ ନେଇଛି। ଏହି ଯୋଜନା ଅନ୍ତର୍ଗତ ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ୍‌ସ ଟ୍ରାନ୍ସଫର (ଏନ୍‌ଇଏଫ୍‌ଟି) ସୁବିଧାକୁ ଚବିଶ ଘଣ୍ଟିଆ ପ୍ରଦାନ କରିବା ନେଇ ନିଷ୍ପତ୍ତି ହୋଇଛି। ଏହାର ଲାଭ ଚଳିତ ମାସ ୨୬ ତାରିଖଠାରୁ ଲୋକମାନେ ନେଇ ପାରିବେ। ସେହିଭଳି ଛୁଟିଦିନ ସହ ବର୍ଷର ସବୁଦିନ ଏହି ସିଷ୍ଟମ କାମ କରିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ସୂଚନା ରହିଛି। ଏ ନେଇ ପ୍ରସ୍ତୁତ ରହିବାକୁ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜି୍ୟକ ବ୍ୟାଙ୍କଗୁଡିକୁ କହିଛି।

Share