Categories: ଖେଳ

ଚମକିଲେ ସରଫରାଜ: ଭାରତକୁ ବିପଦରୁ କଲେ ରକ୍ଷା

ବେଙ୍ଗାଲୁରୁ,୧୯।୧୦: ବେଙ୍ଗାଲୁରୁ ଟେଷ୍ଟ ଭାରତୀୟ ଷ୍ଟାର ଖେଳାଳିଙ୍କ ସରଫରାଜ ଖାନ୍‌ କ୍ୟାରିୟର ପ୍ରଥମ ଶତକ ମାରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ ଦ୍ୱିତୀୟ ଉଇକେଟ ହରାଇଥିଲା, ଯାହା ପରେ ସରଫରାଜ ଖାନ ଚତୁର୍ଥ ନମ୍ବରରେ କ୍ରିଜକୁ ଆସିଥିଲେ। ସରଫରାଜ ୧୬୩ ବଲରେ ବିରାଟ କୋହଲିଙ୍କ ସହ ୧୩୬ ରନର ଭାଗିଦାରୀ କରିଥିଲେ। ବିରାଟ କୋହଲି ଆଉଟ ହେବା ପରେ ସେ ରିଷଭ ପନ୍ତଙ୍କ ସହ ଇନିଂସ ଜାରି ରଖିଥିଲେ।

ସରଫରାଜ ଖାନ ୧୧୦ଟି ବଲରେ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ସ୍କୋର କରିଥିଲେ। ସେ ଏହି ଶତକକୁ ୫୬.୩ ଓଭରରେ ଟିମ ସାଉଥୀଙ୍କ ଓଭରରେ ଚୌକା ମାରି ପୂରଣ କରିଥିଲେ। ପ୍ରଥମ ଇନିଂସରେ ଶୂନରେ ଆଉଟ ହେବା ପରେ ସରଫରାଜ ଦ୍ୱିତୀୟ ଇନିଂସରେ ଚମତ୍କାର ଖେଳି ଭାରତୀୟ ଦଳକୁ ମ୍ୟାଚକୁ ଫେରାଇ ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସରଫରାଜ ୧୫ ଫେବୃଆରୀ ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏପର୍ଯ୍ୟନ୍ତ ୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସମସ୍ତ ତିନୋଟି ଟେଷ୍ଟ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ରହିଛି। ଏହି ତିନୋଟି ଟେଷ୍ଟ ମ୍ୟାଚରେ ସରଫରାଜ ୭୯.୩୬ ଷ୍ଟ୍ରାଇକ ରେଟ୍‌ରେ ୨୦୦ ରନ ସ୍କୋର କରିଛନ୍ତି। ଏଥିରେ ତିନୋଟି ଅର୍ଦ୍ଧଶତକ ସାମିଲ ଅଛି।

Share