Categories: ଫୁରସତ

ଚମତ୍କାରୀ ପାହାଡ଼ : ଏଠାରେ ଲୁଚି ରହିଛି ଯୌବନ ଏବଂ ସୌନ୍ଦର୍ଯ୍ୟତାର ରାଜ୍‌

ଭାରତରେ ଏମିତି ଏକ ପାହାଡ଼ ରହିଛି ଯେଉଁଠି ଯୌବନ ଏବଂ ସୌନ୍ଦର୍ଯ୍ୟତାର ରାଜ୍‌ ଲୁଚି ରହିଛି। ଏହି ପାହାଡ଼ ହରିୟାଣାରେ ରହିଛି। ଆରାବଳୀ ପର୍ବତଶୃଙ୍ଗ ନିକଟରେ ଥିବା ଧୋସି ପାହାଡ଼ ହେଉଛି ଏହି ଚମତ୍କାରୀ ପାହାଡ଼। ଉକ୍ତ ପାହାଡ଼ ସହିତ ଆୟୁର୍ବେଦର ରହସ୍ୟ ଯୋଡ଼ି ହୋଇରହିଛି।

ଏହି ପାହାଡ଼ ଉପରେ ଏକ ଔଷଧିୟ ବୃକ୍ଷ ରହିଛି ଯାହାର ନାଁ କାୟାକଳ୍ପ। ଇଏ ଏମିତି ଏକ ଔଷଧ ଯାହାକୁ ସେବନ କଲେ ତ୍ୱଚାରେ ଚମକ ଆସିବା ସହ ଯୁବାବସ୍ଥା ଦୀର୍ଘଦିନ ପର୍ଯ୍ୟନ୍ତ ଅତୁଟ ରହେ। ଏହାକୁ ଚ୍ୟବନପ୍ରାସ ମଧ୍ୟ କୁହାଯାଏ। ଆରାବଳୀ ପର୍ବତଶୃଙ୍ଗର ଶେଷଭାଗ ଉତ୍ତର-ପଶ୍ଚିମ ଦିଗରେ ଧୋସୀ ହେଉଛି ଏକ ଶୁପ୍ତ ଜ୍ୱଳାମୁଖୀ ପାହାଡ଼।

ଏହା ଜ୍ୱଳାମୁଖୀ ହୋଇଥିଲେ ମଧ୍ୟ ହଜାରେ ବର୍ଷ ଭିତରେ କେବେ ବି ବ୍ଲାଷ୍ଟ ହୋଇନାହିଁ। ଏହି ପାହାଡ଼ ଦକ୍ଷିଣ ହରିୟାଣା ଏବଂ ଉତ୍ତର ରାଜସ୍ଥାନର ସୀମା ମଧ୍ୟରେ ରହିଛି। ଏହି ପାହାଡ଼ ଉପରେ ବସି ମହାନ୍‌ ବ୍ୟକ୍ତିମାନେ ବେଦ ମଧ୍ୟ ଲେଖିଛନ୍ତି।

ମହାଭାରତର ମହାକାବ୍ୟ ଅନୁସାରେ ଏହି ପାହାଡ଼ର ଉତ୍ପତ୍ତି ତ୍ରେତୟା ଯୁଗରେ ହୋଇଥିଲା। ପ୍ରାୟ ୫୧୦୦ବର୍ଷ ପୂର୍ବେ ପାଣ୍ଡବମାନେ ଅଜ୍ଞାତବାସରେ ଏଠାକୁ ଆସିଥିଲେ।

Share