ଚମ୍ପୁଆକୁ ପଶିଲେ ୪ ଝାଡ଼ଖଣ୍ଡ ହାତୀ

ଚମ୍ପୁଆ,୨ା୬(ଡି.ଏନ.ଏ)- ଦୀର୍ଘଦିନ ବ୍ୟବଧାନ ପରେ କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନକୁ ଝାଡ଼ଖଣ୍ଡ ହାତୀପଲ ଚାଲି ଆସିଛନ୍ତି। ଉକ୍ତ ପଲରେ ଦୁଇ ମାଈ ଓ ୨ ଅଣ୍ଡିିରା ହାତୀ ଅଛନ୍ତି। ଝାଡଖଣ୍ଡରୁ ଆସିଥିବା ହାତୀପଲ ବୈତରଣୀ ପାର ହୋଇ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲକୁ ପଶିଛନ୍ତି। ଶନିବାର ରାତି ପ୍ରାୟ ୧୦ଟା ସମୟରେ ସେମାନେ କଙ୍କଡାପାଟ, ଅଡଙ୍ଗାପାଳ, ମଙ୍ଗଳପୁର ଓ ଜଡିପଦା ଦେଇ ମଥୁରାପୁର ଜଙ୍ଗଲ ରାସ୍ତା ଦେଇ କାଳିକାପ୍ରସାଦ ଜଙ୍ଗଲରେ ପହଞ୍ଚିଥିଲେ। ରବିବାର ଏହି ହାତୀପଲ ରଜିଆ ଜଙ୍ଗଲରେ ରହିଛନ୍ତି। ଚଲା ବାଟରେ ହାତୀପଲ ବହୁ ଖରାଟିଆ ଡାଳୁଅ ଧାନ ଫସଲ ନଷ୍ଟ କରି ଦେଇଛନ୍ତି। ଏ ସମ୍ପର୍କରେ ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ରଙ୍କୁ ପଚାରିବାରୁ ଝାଡ଼ଖଣ୍ଡ ହାତୀପଲର ଗତିବିଧି ଉପରେ ବାଲିବନ୍ଧ, ଉଖୁଣ୍ଡା ଓ ଚମ୍ପୁଆ ସେକ୍ସନର ସ୍କ୍ବାଡ ନଜର ରଖିଥିବା ସେ କହିଛନ୍ତି। ଯେଉଁମାନଙ୍କ ଫସଲ ନଷ୍ଟ ହୋଇଛି ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ।