ଚମ୍ପୁଆରୁ ଝାଡ଼ଖଣ୍ଡକୁ ଚୋରାଚାଲାଣ, କାର୍‌ରୁ ୮୦ କେଜି ଗଞ୍ଜେଇ ଜବତ

କେନ୍ଦୁଝର,୧୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ପୋଲିସ ସୋମବାର ୮୦ କେଜି ଗଞ୍ଜେଇ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ଏକ କାର୍‌ରୁ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଉକ୍ତ ଗଞ୍ଜେଇକୁ ଚୋରାରେ ଚମ୍ପୁଆ ଦେଇ ଝାଡ଼ଖଣ୍ଡକୁ ଚାଲାଣ କରାଯାଉଥିବା ପୋଲିସ ସନ୍ଦେହ କରୁଛି। ତେବେ ତଦନ୍ତ ପରେ ଅଧିକ ସୂଚନା ମିଳିପାରିବ ବୋଲି ପୋଲିସ କହିଛି।