ଚମ୍ପୁଆରେ ବିଜେଡି ପ୍ରାର୍ଥୀ ମିନାକ୍ଷୀ ବିଜୟୀ

ଚମ୍ପୁଆ, ୨୩।୫(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କ ଠାରୁ ଅଧିକ ୨୫, ୫୦୫ ଭୋଟ ପାଇ ବିଜୟଲାଭ କରିଥିବା ସୂଚନା ମିଳିଛି। ମୋଟ ୨୧ ରାଉଣ୍ଡ ଗଣତି ହୋଇଥିଲା। ଚନ୍ଦ୍ରଶେଖର ମହାବିଦ୍ୟାଳୟ ଗଣତିକେନ୍ଦ୍ରରେ ପ୍ରଥମ ରାଉଣ୍ଡ ଗଣତିରୁ ମିନାକ୍ଷୀ ଆଗୁଆ ରହିଥିଲେ। ଭାଜପା ପ୍ରାର୍ଥୀ ମୁରଲୀଙ୍କ ସହ ତାଙ୍କର କଡ଼ା ଟକ୍କର ହୋଇଥିଲା। ଗଣତି ସରିବା ପରେ ମିନାକ୍ଷୀଙ୍କ ବିଜୟ ସୁନିଶ୍ଚିତ ହୋଇଥିଲା। ଆନୁଷ୍ଠାନିକ ଭାବେ ବିଜୟ ଘୋଷଣା ବାକି ରହିଛି। କଂଗ୍ରେସ ପ୍ରାର୍ଥୀ ଯଦୁମଣୀ ବାରିକ ଏଠାରେ ତୃତୀୟ ସ୍ଥାନରେ ରହିଛନ୍ତି।