ଚମ୍ପୁଆ ରେଞ୍ଜକୁ ଲେଉଟିଲା ଗୋଠଛଡା ଦନ୍ତା: ଭାଙ୍ଗିଲା ଆଉ ୩ ଘର

ଚମ୍ପୁଆ, ୨୦।୮(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜକୁ ଲେଉଟିଲା ଗୋଠଛଡା ଦନ୍ତାହାତୀ। ଦୀର୍ଘଦିନର ବ୍ୟବଧାନପରେ ଫେରି ଏହି ଦନ୍ତା ଉପତ୍ାତ ଆରମ୍ଭ କରିଦେଇଛି। ଫସଲ ନଷ୍ଟ ସାଙ୍ଗକୁ ୩ଗୋଟି ଘରଭାଙ୍ଗି ଦେଇଛି। ଚମକପୁର ନୁନୁଗୁଣ୍ଠାଣ ଅଞ୍ଚଳରୁ ଆସି ଏହି ହାତୀ କୁଚିଡା ଅଞ୍ଚଳର ଗୋଟିଏ ଘର, ରଘୁଆଳ ସାହିର ବୁଦ୍ଧୁନି ମୁଣ୍ଡା ଓ ମିରିଗି ସିଙ୍ଗା ଅଞ୍ଚଳର ଉମେଶ ମୁଣ୍ଡାଙ୍କ ଘରକୁ ଗତ ସୋମବାର ରାତିରେ ଭାଙ୍ଗି ଦେଇଛି। ହାତୀ ଆସିବାର ସୂଚନା ବନବିଭାଗ ପାଖରେ ନଥିବା ବେଳେ ଗ୍ରାମବାସୀଙ୍କଠାରୁ ଖବରପାଇ ବନବିଭାଗ ଏହି ହାତୀ ଉପରେ ନଜର ରଖିଥିବା ଜଣାପଡିଛି। ହାତୀ ଉପଦ୍ରବ ଅଞ୍ଚଳ ଗୁଡିକରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁର୍ବରୁ ଏହି ହାତୀ ଗୋଟିକିଆ ହେତୁ ବନବିଭାଗକୁ ନାକେଦମ କରି ରଖିଛି। ଗୋଠଛଡା ହୋଇଥିବାରୁ ଏହି ହାତୀ ହିଂସ୍ର ହୋଇଉଠୁଥିବାରୁ ତୁରନ୍ତ ଏହାକୁ ଘଉଡା ନଗଲେ ଅନେକ କ୍ଷୟକ୍ଷତି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଗ୍ରାମବାସୀ କହିଛନ୍ତି।

Share