ଚରମ ସୀମାରେ ପରଶାସନିକ ଅବହେଲା:ଭଂଗା କୁରିଆରେ ଜୀବନ୍‌ ବିତଉଛନ୍‌ ଅଁଧ୍‌ ଦମ୍ପତି

ଭବାନୀପାଟଣା,୧୩ା୭ (ଡି.ଏନ୍‌.ଏ.): – ଗରିବ୍‌ ଦୁଖି, ବିଧବା, ଦିବ୍ୟାଙ୍ଗମାନକର ଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ସରକାରୀ ସର୍ଭେରେ ଭୁଲଭଟକା, ଅଧ୍‌କାରୀମାନକର ବେପରୁଆ କାମକାଯ୍‌ ଲାଗି ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ସରକାରୀ ଅଧ୍‌କାରୀମାନକର ଚରମ ଅବହେଲାର ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ ମଣ୍ଡଳ ପଁଚେତ୍‌ ଅଧୀନ ଭାଟିଗଁାରେ।
ସୂଚନା ଅନ୍‌ସାରେ ଭାଟିଗଁାର ଦିବ୍ୟାଙ୍ଗ ଦମ୍ପତି ହେଉଛନ୍‌ ଚୈତନ୍ୟ ଭୋଇ ଆର ମାଏକିନା ଅଞ୍ଜନା ଭୋଇ। ଇ ଦିବ୍ୟାଙ୍ଗ ଦମ୍ପତି ଗୁଟେ ଗଁାର ଆର ଜନ୍‌ମୁ ଅଁଧ୍‌ ହେଇଥିଲାବେଲେ ପରିବାରର ସହମତିରେ ବିହାଚୁରା ହେଇ ଘର ସଁସାର କରିଛନ୍‌। ଚୈତନ୍ୟ କଳାହାଣ୍ଡି ଜିଲା ଅନ୍ଧ ମୁକ ବଧିର ସ୍କୁଲରେ ୭ ଶ୍ରେଣୀ ତକ୍‌ ପଢ଼ିଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଆଏଜ୍‌ ବି ଦିବ୍ୟାଙ୍ଗ ଦମ୍ପତି ଅନେକ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଦମ୍ପତିକେ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଲ ଆର ଚୈତନ୍ୟକେ ମାସିକ ୭ଶହ ଟଁକା ଭିନ୍ନକ୍ଷମ ଭତା ମିଲୁଛେ ସତ୍‌। ହେଲେ ଅଞ୍ଜନା ଆଏଜ୍‌ ବି ଦିବ୍ୟାଙ୍ଗ ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଏହେଦେ ଇ ଦମ୍ପତି ପାଉଥିବାର ସରକାରୀ ସାହାଯ୍‌ ତାକର ପେଟକେ ଅଁଟ୍‌ଲେ ଦିହିକେ ନାଇଁ। ସେନ୍‌ତା ଅଭାବ ଅନାଟନ ଲାଗି ଦୁଇ ପରାନୀ ଗୁଟେ ଭଂଗା ଦଦ୍‌ରା କୁରିଆରେ ଜୀବନ୍‌କେ ପାଏନ୍‌ଛଡ଼େଇ ରହୁଛନ୍‌। ଭିନେ ଭିନେ ସମିଆରେ ସରକାରୀ ସୁବିଧା ସୁଯୋଗ ଲାଗି ଇ ଦମ୍ପତି ଓ୍ବାର୍ଡ ମେମ୍ବରନୁ ମୂଲ କରି ବିଧାୟକ, ଏମ୍‌.ପି. ଆର ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀକଁରନୁ ଜିଲାପାଳକଁର ତକ୍‌ ଗୁହାରି କରି ନିରାଶ ହେଇଛନ୍‌। ଦିନାକେତେ ତଲେ କଲମପୁରେ ଅନୁଷ୍‌ଠିତ ହେଇଥିବାର ଜିଲାପାଳକଁର ଜନ ଅଭିଯୋଗ ଶୁନାନି ଶିବିରରେ ଇ ଦିବ୍ୟାଙ୍ଗ ଦମ୍ପତି ନିଜର ଦୁଖ୍‌ ଗୁହାରିଥିଲେ। ଜିଲାପାଳ ରେଡକ୍ରସରୁ ୩ ହଜାର ଟଁକା ସଂଗେ ଦମ୍ପତିକେ ଗୁଟେ ଘର ଯୁଗେଇ ଦେବାକେ ବିଡିଓକୁଁ ନିରଦେଶ ଦେଇଥିଲେ। ସେନ୍‌ତା ଘର ତିଆରି ଆଗରୁ ଦମ୍ପତିକେ ଗୁଟେ ପଲିଥିନ୍‌ ଦେବାକେ ଜିଲାପାଳ ତହସିଲଦାରକୁଁ ପରାମଶ ଦେଇଥିଲେ। ହେଲେ ଦୁଖର କଥା ଜନ ଅଭିଯୋଗ ଶୁନାନିକେ ଆଏଜ୍‌କେ ଅନେକ ଦିନ୍‌ ବିତିଯାଇଥିଲେ ବି ଜିଲାପାଲ ବିଡିଓ ଆର ତହସିଲଦାରକୁଁ ଦେଇଥିବାର ନିରଦେଶ ପାନିର ଗାର ପାଲଟିଯାଇଛେ। ଦିବ୍ୟାଙ୍ଗ ଦମ୍ପତି ଆଏଜ୍‌ତକ କେହେନ୍‌ସି ପରକାର ସାହାଯ୍‌ ନାଇଁ ପାଇପାରି। ଏହେଦେ ଇ ଦମ୍ପତି ଉପେ ଶୂଇନ୍‌ ହେଇ ନିଜର ଭାଏଗ୍‌କେ ଆଦ୍‌ରି ଆସର ପାସର ଗଁାରେ ଭିଖ୍‌ମାଗି ନିଜର ପେଟ ପାଲୁଛନ୍‌। ଇ ବାବ୍‌ଦେ ବିଡିଓ ହେମସାଗର ଭୋଇକୁଁ ପଚରାଲାରୁ ଏସଇସିସି ତାଲିକାରେ ଚୈତନ୍ୟକଁର ନଁା ନଁାଇଁନ। ଯେନ୍‌ଥିରଲାଗି ଆବାସ ଯୋଜନାରେ ଘର ଯୁଗେଇ ଦେବାରେ ଅସ୍‌ବିଧା ହେଉଛେ। ହେଲେ ଯେତେ ଜଲଦି ହେବା ତାହାକୁ ଘରଖଁଡ଼େ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।