ଚରିତ୍ର ସଂହାର ଅଭିଯୋଗରେ ଯୁବକ ଗିରଫ

ରାସଗୋବିନ୍ଦପୁର,୧୫।୧୨ (ଡି.ଏନ.ଏ))- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଣଚାଟି ଅଞ୍ଚଳର ଜଣେ ମହିଳାଙ୍କ ଚରିତ୍ରସଂହାର କରି ଏକ ବ୍ୟାନର ମାରିବା ଅଭିଯୋଗରେ ପୋଲିିସ ଅଭିଯୁକ୍ତ ଯୁବକ ଭାସ୍କର ନନ୍ଦିଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଏ ସମ୍ପର୍କରେ ମହିଳାଜଣଙ୍କ ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତଙ୍କ ଘର ଜଳେଶ୍ୱର ଥାନା ଅଞ୍ଚଳରେ ବୋଲି ପୋଲିସ କହିଛି।