ଚରିତ ଦେଶାଇଙ୍କୁ ନେଇ କ’ଣ କହିଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ଖୁବ୍‌ ବିଜି। ସାଇନା ନେହଓ୍ବୋଲଙ୍କ ବାୟୋପିକ୍‌ରେ କାମ କରୁଥିବାରୁ ସେ ଏହାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ପ୍ରଥମେ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କପୁରଙ୍କ ନାଁ ଶୁଣିବାକୁ ମିଳୁଥିବା ବେଳେ ଶ୍ରଦ୍ଧା କିନ୍ତୁ ତାଙ୍କ ବିଜି ସିଡୁଲରୁ ସମୟ ବାହାର ନ କରିବାରୁ ଏହି ଅଫର ପରିଣିତିଙ୍କୁ ମିଳିଛି। ଏବେ କିନ୍ତୁ ପରିଣିତି ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ କିଛି କଥା କହିଛନ୍ତି। ପରିଣିତିଙ୍କ ସହ ଚରିତ ଦେଶାଇଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଏହା ଉପରେ ତାଙ୍କର କ’ଣ ମତ ତାକୁ ନେଇ ପ୍ରଶ୍ନ କରାଯାଇଥିଲା। ହେଲେ ପରିଣିତି କହିଥିଲେ ମୁଁ କାହାକୁ ମନା କରିନି ବା କାହାକୁ ହଁ କହିନି। ଏହା ବ୍ୟତୀତ ଏହା ହେଉଛି ମୋର ପର୍ସନାଲ ଲାଇଫ୍‌। ପରିବାର ଲୋକଙ୍କ ସହମତିରେ ସେ ରାଜି ବୋଲି କହିଛନ୍ତି।

Share