ଚର୍ଚ୍ଚରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ରାଇକିଆ,୧୩ା୩(ଡି.ଏନ.ଏ): ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତର ବୁଡାମାହା ବିଲିଭର୍ସ ଚର୍ଚ୍ଚରୁ ଗୁରବାର ରାତିରେ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଛନ୍ତି। ଏନେଇ ଶୁକ୍ରବାର ରାଇକିଆ ଥାନାରେ ଅଭିଯାଗ ହୋଇଛି। ଚର୍ଚ୍ଚରେ ଥିବା ଅଡିଓ ପ୍ଲେୟାର, କ୍ୟାସିଓ ମ୍ୟୁଜିକ୍‌ କିବୋର୍ଡ, ଆମ୍ପ୍ଲିଫେୟାର ଆଦି ଦେଢ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଲୁଟ୍‌ କରି ନେଇଥିବା ବିଲିଭର୍ସ ଚର୍ଚ୍ଚ ତରଫରୁ ଲିଖିତ ଅଭିଯୋଗ ହୋଇଛି। ତୁରନ୍ତ ଦୁର୍ବୃତ୍ତଙ୍କୁ ଧରିବାକୁ ଚର୍ଚ୍ଚମଣ୍ଡଳୀ ତରଫରୁ ଦାବି କରାଯାଇଛି। ତଦନ୍ତ ପରେ ଅଭିଯୋଗ ନେଇ ସମ୍ପୂର୍ଣ୍ଣ ତଥ୍ୟ ଜଣା ପଡିବ ବୋଲି ରାଇକିଆ ଥାନା ଅଧିକାରୀ ଅଲେଖ ଗରଡିଆ କହିଛନ୍ତି।

Share