ଚର୍ଚ୍ଚାରେ ଅକ୍ଷୟଙ୍କ ‘ମିଶନ ମଙ୍ଗଲ’ ଟିଜର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’ର ପୋଷ୍ଟର ଆସି ସାରିଥିବା ବେଳେ ଏବେ ଏହାର ଟିଜରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହା ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଥିବା ବେଳେ ଏଥିରେ ଅକ୍ଷୟଙ୍କ ସହ ବିଦ୍ୟା ବଲାନ, ସୋନାକ୍ଷୀ ସିହ୍ନା, ତାପସି ପନ୍ନୁ, ନିତ୍ୟା ମେନନ, କିର୍ତ୍ତି କୁଲ୍ଲାଡି ଓ ଶରମନ ଯୋଶୀ ନଜର ଆସିବେ। ଆଲୋଚନା ହେଉଥିଲା କି ଏଥିରେ ଅକ୍ଷୟଙ୍କର ଏକ ଛୋଟିଆ ରୋଲ୍‌ ରହିଛି। ହେଲେ ଏବେ ଟିଜର ଦେଖିବା ପରେ ଜଣାପଡୁଛି କି ସମ୍ପୂର୍ଣ୍ଣ ଫିଲ୍ମରେ ଅକ୍ଷୟଙ୍କୁ ଦେଖିବାକୁ ମିଳିବ। ନିକଟରେ ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ଟିଜର ଶେୟାର କରିବା ସହ ଲେଖିଛନ୍ତି, ଗୋଟିଏ ଦେଶ, ଗୋଟିଏ ସ୍ବପ୍ନ, ଗୋଟିଏ ଇତିହାସ ଭାରତର ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ସତ କାହାଣୀ। ଏହି ଫିଲ୍ମରେ ଅକ୍ଷୟଙ୍କୁ ଜଣେ ବୈଜ୍ଞାନିକ ଭୁମିକାରେ ଦେଖିବାକୁ ମିଳିବ। ଏହି ଟିଜର ଆସିବା ପରେ ଏବେ ଅକ୍ଷୟଙ୍କ ଫ୍ୟାନମାନେ ଫିଲ୍ମକୁ ଅପେକ୍ଷା ରଖିଛନ୍ତି।

Share