ଚର୍ଚ୍ଚାରେ ଅଲିନା: ଦିଶୁଛନ୍ତି କଟ୍ରିନାଙ୍କ ନକଲ

ମୁମ୍ବାଇ: ଚର୍ଚ୍ଚାରେ ଟିକ୍‌ ଟକ୍‌ ସେନ୍‌ସେଶନ୍‌ ତଥା ଫ୍ୟାଶନ୍‌ ବ୍ଲଗର ଅଲିନା ରାୟ। ସେ ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କ ଅବିକଳ ନକଲ ଦିଶୁଥିବା କୁହାଯାଉଛି। କହିବା ଅନେକାଂଶରେ ଠିକ୍‌ ମଧ୍ୟ। କାରଣ ଅଲିନାଙ୍କୁ ଯେ କେହି ହଠାତ୍‌ ଦେଖିଲେ କଟ୍ରିନା ବୋଲି ଭାବି ନେବ।

ଇନ୍‌ଷ୍ଟାଗ୍ରାମରେ ଅଲିନାଙ୍କ ୩୨ହଜାରୁ ଅଧିକ ଫଲୋଅର ଅଛନ୍ତି। ପ୍ରଶଂସକମାନେ କଟ୍ରିନାଙ୍କ ସହ ତାଙ୍କର ଫଟୋକୁ ଯୋଡ଼ି ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ସେ ଶେୟାର କରୁଥିବା ଫଟୋ ଗୁଡ଼ିକରେ ପ୍ରଶଂସକ ପୁରାପୁରି କଟ୍ରିନାଙ୍କ ନକଲ ବୋଲି କହିବା ସହ ସଲମାନ ଥରେ ଆପଣଙ୍କୁ ଦେଖିବା ଦରକାର ବୋଲି କହୁଛନ୍ତି।

Share