ଚର୍ଚ୍ଚାରେ ଚିଲତଇଳା ଆଶ୍ରମ ସ୍କୁଲ: ଛାତ୍ରୀ ମୃତ୍ୟୁର ସପ୍ତାହକ ପରେ ଆଉ ଜଣେ ଅସୁସ୍ଥ

ଢେଙ୍କାନାଳ ଅଫିସ, ୧୫।୧୧- ଅନ୍ତେବାସୀଙ୍କ ବିଗୁଡୁଥିବା ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଚିଲତଇଳା ଆଶ୍ରମ ସ୍କୁଲ। ଏଠାରେ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରୀ ସବିତା ମୁଣ୍ଡାଙ୍କ ୭ ତାରିଖରେ ମୃତ୍ୟୁ ଘଟିଥିଲା। ଘଟଣାକୁ ୭ଦିନ ବିତି ନ ଥିବାବେଳେ ପୁଣି ଜଣେ ଛାତ୍ରୀ ଅସୁସ୍ଥ ହୋଇ ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପିଲାମାନେ ଅସ୍ବାସ୍ଥ୍ୟକର ପରିବେଶରେ ରହୁଥିବାରୁ ବାରମ୍ବାର ରୋଗରେ ପଡୁଥିବା ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର କୁହନ୍ତି, ଅସୁସ୍ଥ ଛାତ୍ରୀ ଜିଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ନିକଟରେ ଜଣ୍ଡିସ ଭୂତାଣୁ ଠାବ ହୋଇଛି।

Share