ଚର୍ଚ୍ଚାରେ ଦୀପିକାଙ୍କ ବ୍ୟାଗ୍‌: ଦାମ୍‌ ୧ଲକ୍ଷ ୧୬ ହଜାର

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ୍‌ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବିଶେଷ କରି ତାଙ୍କ ଷ୍ଟାଇଲ୍‌କୁ ନେଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଥାଆନ୍ତି। ବ୍ରାଣ୍ଡେଡ୍‌ ଆଉଟ୍‌ ଫିଟ୍‌ରେ ଅନେକ ଥର ଦୀପିକା ନଜର ଆସିଥିବା ବେଳେ ଏଥିର ବି ସେମିତି ଏକ ବ୍ରାଣ୍ଡେଡ୍‌ ଆଇଟମ୍‌କୁ ନେଇ ସେ ଚର୍ଚ୍ଚିତ। ତାହା ପୁଣି ଏକଦମ୍‌ ଛୋଟ ବ୍ୟାଗ୍‌ଟିକୁ ନେଇ। ନିକଟରେ ଦୀପିକାଙ୍କୁ ଏୟାରପୋର୍ଟରେ ସ୍ପଟ କରାଯିବା ବେଳେ ତାଙ୍କ ପାଖରେ ଥିବା ଏକ ଇସତ୍‌ ଗ୍ରୀନ୍‌ କଲରର ହ୍ୟାଣ୍ଡବ୍ୟାଗ୍‌ଟି ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲା। ହ୍ବାଇଟ୍‌ କଷ୍ଟ୍ୟୁମ ସାଙ୍ଗକୁ ଏହି ବ୍ୟାଗ୍‌ଟି ମଧ୍ୟ ଖୁବ୍‌ ମାନୁଥିଲା। ହେଲେ ଏହି ଛୋଟିଆ ବ୍ୟାଗ୍‌ଟିର ଦାମ୍‌ କିନ୍ତୁ ଥିଲା ହୋସ୍‌ ଉଡାଇବା ଭଳି। ବିଶ୍ୱାସ ନ ହେଲେବି ଏହାର ଦାମ୍‌ ଥିଲା ପ୍ରାୟ ୧ ଲକ୍ଷ ୧୬ ହଜାର ଟଙ୍କା। ଅନ୍ୟ ନାୟିକାଙ୍କ ଭଳି ଦୀପିକା ମଧ୍ୟ ଦାମୀ ବ୍ରାଣ୍ଡେଡ୍‌ ଆଇଟମ୍‌ ପସନ୍ଦ କରୁଥିବାରୁ ଏମିତି ଏକ ବ୍ୟାଗ୍‌ କ୍ୟାରି କରିଥିବା କୁହାଯାଏ।

Share