ଚର୍ଚ୍ଚାରେ ମଧୁବାଲାଙ୍କ ପରି ଦେଖାଯାଉଥିବା ଏହି ଅଭିନେତ୍ରୀ

ସେଲିବ୍ରିଟି ତଥା କଳାକାରଙ୍କ ଅବିକଳ ନକଲ ଦେଖାଯାଉଥିବା ବ୍ୟକ୍ତି ଅଥବା ମହିଳାଙ୍କ ଫଟୋ ଅନେକ ସମୟରେ ଭାଇରାଲ ହୋଇଥାଏ। ଏବେ ବଲିଉଡ୍‌ର ସବୁଠାରୁ ସୁନ୍ଦର ଅଭିନେତ୍ରୀ କୁହାଯାଉଥିବା ମଧୁବାଲାଙ୍କ ହମ୍‌ସକଲ୍‌ ସମ୍ମୁଖକୁ ଆସଛନ୍ତି। ମଧୁବାଲାଙ୍କ ଭଳିକ ଦେଖାଯାଉଥିବା ଜଣେ ଅଭିନେତ୍ରୀ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ମଧୁବାଲାଙ୍କ ଗୀତରେ ଟିକ୍‌-ଟକ୍‌ ଭିଡିଓକରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଲୁକ୍‌ଠାରୁ ଅଙ୍ଗଭଙ୍ଗୀ ପର୍ଯ୍ୟନ୍ତ ସବୁ ଦେଖିଲେ ସେ ମଧୁବାଲାଙ୍କ ପରି ଦେଖିଯାଉଛନ୍ତି।


ତେବେ ସେ ମଧ୍ୟ ଜଣେ ଅଭିନେତ୍ରୀ। ତାଙ୍କ ନାମ ପ୍ରିୟଙ୍କା କଣ୍ଡଓ୍ବାଲ। ପ୍ରିୟଙ୍କା ଛୋଟ ପରଦାରେ ଅନେକ ଧାରାବାହିକରେ କାମ କରିସାରିଛନ୍ତି। ‘କୁଲ୍‌ଫି କୁମାର ବାଜଓ୍ବୋଲା’ ଏବଂ ‘ମାହିରା ଖାନ୍‌ ରିପୋଟିଂ’ ପରି ଧାରାବାହିକରେ ସେ କାମ କରିିଛନ୍ତି। ପ୍ରିୟଙ୍କା ମଧୁବାଲାଙ୍କ ଷ୍ଟାଇଲ୍‌ରେ ଅନେକ ଗୀତ ଏବଂ ଡାଏଲଗ୍‌ କହି ଭିଡିଓ ଶେୟାର କରିସାରିଛନ୍ତି। ସେତିକି ନୁହେଁ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମଧୁବାଲା ଲୁକ୍‌ରେ ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି।

Share