ଚର୍ଚ୍ଚାରେ ରାଜକୁମାରଙ୍କ ‘ଲୁଡୋ’ ଲୁକ୍‌, ଲୋକେ କହିଲେ ଆଲିଆଙ୍କ ନକଲ

ବମ୍ବେ: କଳାକାରଟିଏ ନିଜକୁ ଚରିତ୍ରରେ ଢାଳିବା ଲାଗି କିଛି ବି କରିଥାଏ। ବେଶପୋଷାକ ହେଉ ଅବା ଶରୀର ଗଠନ ସବୁ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଏଭଳି କିଛି ଘଟିଛି ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ। ନିଜର ଆଗାମୀ ଫିଲ୍ମ ‘ଲୁଡୋ’ରେ ରାଜକୁମାର ଭିନ୍ନ ରୂପରେ ନଜରକୁ ଆସିବେ।

ନୂତନ ବର୍ଷ ଉପଲକ୍ଷେ ରାଜକୁମାର ନିଜର ସୋସିଆଲ ପୃଷ୍ଠାରେ ଦୁଇଟି ଫଟୋ ଶେୟାର କରିଥିଲେ। ଗୋଟିଏ ସେ ଝିଅଙ୍କ ଭଳି ପୋଷାକ ପିନ୍ଧିଥିବା ବେଳେ ଅନ୍ୟଟି ଥିଲା ରେଟ୍ରୋ ଲୁକ୍‌। ସେଥିମଧ୍ୟରୁ ତାଙ୍କ ଝିଅ ଭଳି ଲୁକ୍‌କୁ ଦେଖି ଅନେକେ ଚକିତ ହୋଇଯାଇଛନ୍ତି। ଅନେକେ ସେ ଆଲିଆଙ୍କ ଭଳି ନଜରକୁ ଆସୁଥିବା କହିଛନ୍ତି।

ଫିଲ୍ମ ବିଷୟରେ ଯଦି କଥା ହେବା, ତେବେ ଏଥିରେ ରାଜକୁମାରଙ୍କ ବ୍ୟତୀତ ଅଭିଷେକ ବଚ୍ଚନ, ଫାତିମା ସନା ଶେଖ, ସାନ୍ୟା ମାଲ୍‌ହୋତ୍ରା, ଆଦିତ୍ୟ ରୟ କପୁର, ପଙ୍କଜ ତ୍ରିପାଠୀ, ରୋହିତ ସରାଫ ପ୍ରମୁଖ ନଜରକୁ ଆସିବେ। ଫିଲ୍ମ ୨୪ ଏପ୍ରିଲରେ ରିଲିଜ୍‌ ହେବ। ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ଅନୁରାଗ ବସୁ।

Share