ଚର୍ଚ୍ଚିତ ଟୁଇଟ୍‌ : ମୁଖ୍ୟମନ୍ତ୍ରୀ, ସିଏମ୍‌ଙ୍କ ବ୍ୟକ୍ତିଗତ ସଚିବଙ୍କ ଫଟୋ ଭାଇରାଲ

ଭୁବନେଶ୍ୱର,୧ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ। ଜଣେ ରାଜ୍ୟ ତଥା ଦେଶ ରାଜନୀତିରେ ଚର୍ଚ୍ଚିତ ନାମ। ଅନ୍ୟ ଜଣେ ପ୍ରଶାସକ ମହଲରେ ସବୁଠୁ ଚର୍ଚ୍ଚିତ/ଆଲୋଚିତ ବ୍ୟକ୍ତିତ୍ୱ। ବିଭିନ୍ନ ସରକାରୀ ସଭାସମିତିରେ ଉଭୟଙ୍କୁ ଦେଖିବାକୁ ମିଳିଥାଏ। ହେଲେ ଶୁକ୍ରବାର ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଦ୍ୱାରା ଟୁଇଟ୍‌ ହୋଇଥିବା ଫଟୋରେ ଉଭୟଙ୍କୁ ଅପେକ୍ଷାକୃତ ହାଲ୍‌କା ମୁହୂର୍ତ୍ତରେ ଦେଖାଯାଇଛି। ଏହି ଟୁଇଟ୍‌ରେ ସସ୍ମିତ ଲେଖିଛନ୍ତି ଯେ, ଏହା ନବୀନ ପଟ୍ଟନାୟକ ଏବଂ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ଏକ କ୍ୱଚିତ ଫଟୋ। ଜଣେ ଷ୍ଟେଟ୍‌ସମ୍ୟାନ ( ଉତ୍ତୁଙ୍ଗ ରାଜନୈତିକ ବ୍ୟକ୍ତିତ୍ୱ) ଏବଂ ଆଉ ଜଣେ ଦକ୍ଷ ଜେନେରାଲ (ବିଚକ୍ଷଣ ସେନାପତି)। ଫଟୋରେ ଫୁଟି ଉଠିଥିବା ହସ ନିର୍ମଳ, ହୃଦୟସ୍ପର୍ଶୀ। ସେମାନଙ୍କ ନିଷ୍ଠା, ପ୍ରତିବଦ୍ଧତା ଏବଂ ପ୍ରଗାଢ଼ ଅନୁରାଗ ଓଡ଼ିଶାକୁ ପରିବର୍ତ୍ତନ କରିପାରିଛି, ଯାହା ନବୀନବାବୁଙ୍କୁ ରେକର୍ଡ ପଞ୍ଚମ ପାଳିରେ ପହଞ୍ଚାଇ ପାରିଛିି। ସସ୍ମିତଙ୍କ ଦ୍ୱାରା ଅପଲୋଡ୍‌ କରାଯାଇଥିବା ଫଟୋଟି ନବୀନ ନିବାସରେ ଉଠାଯାଇଥିବା ପ୍ରଚ୍ଛଦପଟ୍ଟରୁ ଜଣାପଡୁଛି।

Share