ଚର୍ଚ୍ଚିତ ଦେଶପ୍ରେମ ଗୀତ

ଥରେ ମନେପକାନ୍ତୁ ନା ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କର ସେହି କାଳଜୟୀ ଗୀତ ‘ୟେ ମେରେ ଓ୍ବତନ କି ଲୋଗଁା’କୁ। କବି ପ୍ରଦୀପଙ୍କ ଦ୍ୱାରା ରଚିତ ଏହି ଦେଶାତ୍ମବୋଧ ଗୀତ କେବଳ ସେ ସମୟରେ ନୁହେଁ ଏବେ ମଧ୍ୟ ଜନାଦୃତ ହୋଇ ରହିଛି। କେବଳ ଦେଶାତ୍ମବୋଧ ଚଳଚ୍ଚିତ୍ର ନୁହେଁ, ଏଗୁଡିକରେ ସଂଯୋଜିତ ଗୀତଗୁଡିକ ମଧ୍ୟ ବେଶ୍‌ ଶ୍ରୁତିମଧୁର। ମନରେ ଦେଶାତ୍ମବୋଧ ଭାବନା ଜାଗ୍ରତ କରୁଥିବା ସୁପରହିଟ୍‌ ଗୀତଗୁଡିକ ମଧ୍ୟରେ ରହିଛି-ୟେ ଦେଶ ହେ ବୀର ଜଓ୍ବାନ କା (ନୟା ଦୌର), ମେରେ ଦେଶ କି ଧରତୀ ( ଉପକାର), ମା ତୁଝେ ସଲାମ (ବନ୍ଦେ ମାତରମ୍‌), ସନ୍ଦେସେ ଆତା ହୈ (ବର୍ଡର), ୟେ ଓ୍ବତନ ତେରେ ଲିୟେ (କର୍ମା), ମେରେ ମୁଲ୍‌କ ମେରା ଦେଶ (ଦିଲ୍‌ଜଲେ), ୟେ ଓ୍ବତନ (ରାଜି), ମେରେ ରଙ୍ଗ ଦେ ବସନ୍ତୀ ଚୋଲା (ରଙ୍ଗ ଦେ ବସନ୍ତୀ), ଆଇ ଲଭ୍‌ ମାଇଁ ଇଣ୍ଡିଆ (ପରଦେଶ୍‌), ଦେ ଦି ହେ ଆଜାଦି ହମେ ଖଡଗ ବିନା ଢାଲ (ଜାଗ୍ରିତି), ସୁନୋ ଗୌର ସେ ଦୁନିଆଓ୍ବାଲେଁା (ଦଶ୍‌), କନ୍ଧୋ ସେ ମିଲତେ ହୈ କନ୍ଧେ (ଲକ୍ଷ୍ୟ), ଏ ଜୋ ଦେଶ୍‌ ହୈ ତେରା (ସ୍ବଦେଶ), ଛଲା (ଉରି : ଦ ସର୍ଜିକାଲ ଷ୍ଟ୍ରାଇକ୍‌) ଏବଂ ଚଲ୍‌ ଚଲୋ (ଲଗାନ୍‌)।

Share