ଚର୍ଚ୍ଚ ପରିସରରୁ ମିଳିଲା ମଣିଷ ହାଡ଼ରେ ତିଆରି କାନ୍ଥର ସନ୍ଧାନ

ବ୍ରସେଲ୍ସ୍‌,୧୯।୨: ବେଲଜିୟମ୍‌ର ଏକ ଚର୍ଚ୍ଚ ପରିସରରୁ ମଣିଷ ହାଡ଼ରେ ତିଆରି କାନ୍ଥର ସନ୍ଧାନ ମିଳିଛି। ଖନନ କରୁଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଦେଶର ଉତ୍ତର-ପଶ୍ଚିମର ଘେଣ୍ଟ୍‌ଠାରେ ଥିବା ସେଣ୍ଟ୍‌ ବାଭୋ ଚର୍ଚ୍ଚ ପରିସରରେ ଏଭଳି କାନ୍ଥ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବୟସ୍କ ବ୍ୟକ୍ତିଙ୍କ ଜଙ୍ଘ ଏବଂ ହାତ ହାଡ଼ରେ କାନ୍ଥ ତିଆରି ହୋଇଥିବା ପ୍ରକଳ୍ପ ଅଧିକାରୀ ଜାନିକ୍‌ ଡେ ଗ୍ରାୟସେ ସୂଚନା ଦେଇଛନ୍ତି। ଏହି ଚର୍ଚ୍ଚ ୧୭ରୁ ୧୮ ଶତାବ୍ଦୀ ମଧ୍ୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Share