ଚର୍ମକୁଞ୍ଚନରୁ ଦୂରେଇ ରଖି ବାର୍ଦ୍ଧକ୍ୟରୁ ଯବାନ କରାଏ ଏହି ଫଳ

ଫଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ ଶରୀରକୁ ଶକ୍ତି ଯୋଗାଇଥାଏ। ମାତ୍ର କିଛି ଫଳର ଏପରି ଗୁଣ ରହିଛି, ଯାହା ବାର୍ଦ୍ଧକ୍ୟରୁ ଯୌବନ ରଖିବାରେ ସାହାଯ୍ୟ କରେ। ଏହି ଫଳର ନାମ ହେଉଛି ଡ୍ରାଗନ୍‌। ଏହାକୁ ପିତାୟା ମଧ୍ୟ କୁହାଯାଇଥାଏ। ବାହାରୁ ଏହା ଆବଡ଼ା ଖାବଡ଼ା ଦେଖାଯାଉଥିଲେ ମଧ୍ୟ ଭିତର ଚିକ୍କଣ ସହ ସ୍ବାଦିଷ୍ଠ ଲାଗିଥାଏ। ଏଥିରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଅନେକ ସମୟରେ ତ୍ୱଚା ସମସ୍ୟା ଯଥା ଚର୍ମକୁଞ୍ଚନ ଦୂର କରିଥାଏ। ଆଣ୍ଟିଅକ୍ସଡାଣ୍ଟର ଅତ୍ୟଧିକ ମାତ୍ରା ବାର୍ଦ୍ଧକ୍ୟରୁ ଦୂରେଇ ରଖିଥାଏ। ଏଥିରେ କିଛି ମହୁ ମିଶାଇ ଫେସ୍‌ ପ୍ୟାକ ପ୍ରସ୍ତୁତ କରି ତାହାକୁ ନିୟମିତ ତ୍ୱଚାରେ ଲଗାଇବା ଫଳରେ ତ୍ୱଚା ସତେଜ ଦେଖାଯାଇଥାଏ। ଫଳରେ ଆପଣ ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ଯବାନ ଦେଖାଯାଆନ୍ତି। ଚର୍ମକୁଞ୍ଚନ ହେବା ଫଳରେ ଲୋକେ ବୟସ୍କ ଦେଖାଯାଆନ୍ତି। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହାର ଫେସ୍‌ ପ୍ୟାକ ବ୍ୟବହାର କରନ୍ତୁ।

ପ୍ରସ୍ତୁତି ପ୍ରଣାଳୀ:

* ଏହାକୁ କାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ପରେ ଏଥିରେ ଦହି କିମ୍ବା ମହୁ ମିଶାଇ ମୁହଁରେ ଲଗାଇ ୨୦ ମିନିଟ ରଖି ଧୋଇ ଦିଅନ୍ତୁ।