Categories: ଜାତୀୟ

ଚର୍ମ କର୍କଟ ଉପରେ ଗବେଷଣା: ପ୍ରଫେସରଙ୍କୁ ୮୨ ଲକ୍ଷ ଫେଲୋଶିପ୍‌

ରାୟପୁର,୨୪।୪: ଛତିଶଗଡ଼ ରାୟପୁର ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅମ୍ବର ବ୍ୟାସ୍‌ଙ୍କୁ ଚର୍ମ କର୍କଟ ଉପରେ ଗବେଷଣା ପାଇଁ ୮୧ ଲକ୍ଷ ୯୮ ହଜାର ୨ଶହ ଟଙ୍କାର ଫେଲୋଶିପ୍‌ ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ଭାବେ କୌଣସି ଏକ ଗବେଷଣା ପାଇଁ ଏହା ସର୍ବାଧିକ ଫେଲୋଶିପ୍‌ ବୋଲି କୁହାଯାଉଛି। ଅମ୍ବର ଏବେ ଫାର୍ମାସୀ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ନୂଆଦିଲ୍ଲୀ ସ୍ଥିତ ଡିଏସ୍‌ଟି ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଏହି ଫେଲୋଶିପ୍‌ ପ୍ରଦାନ କରାଯାଇଛି। ଅମ୍ବର ଏବେ ଅପ୍ଟିମାଇଜେସନ୍‌ ଆଣ୍ଡ୍‌ ଇଭୋଲ୍ୟୁସନ୍‌ ଅଫ୍‌ ଟିପିକାଲ୍‌ ଡ୍ରଗ୍‌ ଡେଲିଭରୀ ଉପରେ ଗବେଷଣା କରୁଛନ୍ତି। ସେ ସିନ୍ଥେଟିକ୍‌ ଏବଂ ପ୍ରାକୃତିକ ଉପାୟର ମିଳିତ ଆଧାରରେ ଔଷଧ ନିର୍ମାଣର ପ୍ରୟାସ କରୁଛନ୍ତି। ଏଥି ପାଇଁ ଦେଶର ୧୨ ଶହ ବିଶେଷଜ୍ଞ ଆବେଦନ କରିଥିଲେ। ଫେଲୋଶିପ୍‌ ଅନ୍ତର୍ଗତ ଅମ୍ବରଙ୍କୁ ପ୍ରଥମେ ୩୩ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯିବ। ଏହାପରେ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ଅମ୍ବରଙ୍କୁ ରମଣ ଫେଲୋଶିପ୍‌ ଅନ୍ତର୍ଗତ ୨୧ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା।

Share