ମୁମ୍ବାଇ: ରିଲିଜ ହୋଇଛି ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’ରେ ନାୟିକାଙ୍କର ପ୍ରଥମ ଲୁକ୍। ଅଭିନେତା କାର୍ତ୍ତିକ ଆର୍ୟନ ଏଥିରେ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ନାୟିକା ସାଜିଛନ୍ତି ଅନନ୍ୟା ପାଣ୍ଡେ ଏବଂ ଭୂମି ପେଦନେକର। କାର୍ତ୍ତିକଙ୍କ ଚରିତ୍ରର ନାମ ରହିଛି ଚିଣ୍ଟୁ ତ୍ୟାଗି। ଭୂମି ତାଙ୍କର ସ୍ତ୍ରୀ ଏବଂ ଅନନ୍ୟା ସେକ୍ରେଟାରୀ ଭୂମିକାରେ ନଜର ଆସିବେ। ପୋଷ୍ଟରରେ କାର୍ତ୍ତିକଙ୍କ ଲୁକ୍ ସାଧାସିଧା ଲାଗୁଛି। ସେହିଭଳି ଭୂମି ଜଣେ ଶିକ୍ଷୟତ୍ରୀ ଭଳି ହାତରେ ବହି ଧରିଛନ୍ତି। ଅପରପକ୍ଷେ ଅନନ୍ୟା ଆଧୁନିକା ଚରିତ୍ରରେ ଦେଖାଯାଉଛନ୍ତି। ପୋଷ୍ଟର ରିଲିଜ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ବଢ଼ିଯାଇଛି। ଅନେକେ ଫିଲ୍ମର ରିଲିଜ ଡେଟ୍କୁ ଅପେକ୍ଷା କରିଥିବା ମତ ରଖୁଛନ୍ତି।