ଚଳଚ୍ଚିତ୍ର ‘୮୩’ର ଶୁଟିଂ ପାଇଁ ଲଣ୍ଡନରେ ରଣବୀର: ଶେୟାର କଲେ କ୍ରିକେଟ ଦଳର ଫଟୋ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ତଥା ୧୯୮୩ ମସିହା ବିଶ୍ୱକପ୍‌ ବିଜେତା କପିଲ ଦେବଙ୍କ ଉପରେ ନିର୍ମାଣ ହେଉଛି ଚଳଚ୍ଚିତ୍ର। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ରଣବୀର ସିଂହ। ତେବେ ଭାରତୀୟ ଦଳର ପ୍ରଥମ ବିଶ୍ୱକପ୍‌ ବିଜୟ ଉପରେ ଆଧାରିତ ଚଳଚ୍ଚିତ୍ରର ଶୁଟିଂ କରିବା ଲାଗି ଲଣ୍ଡନରେ ପହଞ୍ଚିଛନ୍ତି ରଣବୀର ଓ ତାଙ୍କ ଟିମ୍‌। ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଫଟୋ ଶେୟାର କରିବା ପରେ କଥାଟି ସ୍ପଷ୍ଟ ହୋଇଛି।

ଫିଲ୍ମରେ କପିଲଙ୍କ ଭୂମିକାରେ ରଣବୀର ନଜର ଆସିବେ। ଏଣୁ ନିଜ ଚରିତ୍ରରେ ପୁରା ଢଳିବା ଲାଗି ପ୍ରୟାସ କରୁଛନ୍ତି ସେ। କପିଲଙ୍କ ସହ ଅଧିକରୁ ଅଧିକ ସମୟ କଥାବାର୍ତ୍ତା ହେବା ସହ ତାଙ୍କଠାରୁ ଖେଳ ବିଷୟରେ ଅନେକ ଟିପ୍ସ ନେଇଛନ୍ତି ରଣବୀର। କେବଳ ଯେ ରଣବୀର ତାହା ନୁହେଁ ଫିଲ୍ମକୁ ନେଇ ବହୁତ ଆଶାବାଦୀ ଅଛନ୍ତି କପିଲ। ଜଣେ କଳାକାର ଭାବେ ରଣବୀର ଏଥିରେ ନିଜର ଶତ ପ୍ରତିଶତ ଦେବେ ବୋଲି ସେ ଆଶା ରଖିଛନ୍ତି। ତେବେ ୨୦୨୦ ଏପ୍ରିଲ ୧୦ରେ ଫିଲ୍ମଟି ପରଦାକୁ ଆସିବ।

Share