ଚଳନ୍ତା କାର୍‌ରେ ନିଆଁ: ବର୍ତ୍ତିଗଲା ୨ ଜୀବନ

ସୁନ୍ଦରଗଡ଼,୧୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହର ସରକାରୀ କଲେଜ ରୋଡ୍‌ କାଳୀମଣ୍ଡପ ନିକଟରେ ଏକ ଚଳନ୍ତା କାର୍‌ରେ ସୋମବାର ସକାଳେ ହଠାତ୍‌ ନିଆଁ ଲାଗିଯାଇଛି। କାର୍‌ରେ ଥିବା ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।