ଚଳନ୍ତା କାର୍‌ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ, ୭।୧୧: ଚଳନ୍ତା କାରରେ ବଳାତ୍କାର କରି ଜଣେ ଯୁବତୀଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲିଗଲେ ଦୁର୍ବୃତ୍ତ। ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପିଏନ୍‌ କଲେଜ ନିକଟ ଶ୍ମଶାନ ପାଖରୁ ଉକ୍ତ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ବୁଧବାର ସନ୍ଧ୍ୟାରେ ଘଟିଛି। ଖବରପାଇ ଖୋର୍ଦ୍ଧା ଏସ୍‌ପି ଅଜେୟ କୁମାର ସ୍ବାଇଁ, ଏସ୍‌ଡିପିଓ, ଖୋର୍ଦ୍ଧା ଆଦର୍ଶ ଥାନା ଆଇଆଇସି ହସ୍ପିଟାଲରେ ପହଞ୍ଚତ୍ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପୀଡ଼ିତାଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ନିମନ୍ତେ ଖଣ୍ଡଗିରି ଥାନାକୁ ସ୍ଥାନାନ୍ତର କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଜିଲା ଗଣିଆ ଅଞ୍ଚଳର ପୀଡ଼ିତା ଯୁବତୀ ଜଣକ ଖୋର୍ଦ୍ଧାରେ ରୁହନ୍ତି। ବୁଧବାର କୌଣସି କାର୍ଯ୍ୟରେ ସେ ଭୁବନେଶ୍ୱର ଯାଇଥିଲେ। ଅପରାହ୍ନରେ ଖଣ୍ଡଗିରି ଛକରୁ ଏକ କାର୍‌ରେ ଲିଫ୍ଟ ମାଗି ଖୋର୍ଦ୍ଧା ଫେରୁଥିଲେ। ଫେରିବା ସମୟରେ କାର୍‌ରେ ଥିବା ଯୁବକମାନେ ତାଙ୍କୁ ବଳାତ୍କାର କରିବା ସହ ସେ ପିନ୍ଧିଥିବା ପୋଷାକକୁ ଚିରି ଦେଇଥିଲେ। ଯୁବତୀଜଣକ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଖୋର୍ଦ୍ଧା ନିକଟସ୍ଥ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ଶ୍ମଶାନ ନିକଟରେ କାର୍‌ରୁ ଠେଲିଦେଇ ଚାଲି ଯାଇଥିଲେ। ଯୁବତୀଜଣକ ମୁମୂର୍ଷୁ ଅବସ୍ଥାରେ ପଡ଼ି କାନ୍ଦୁ ଥିବାବେଳେ କିଛି ଲୋକ ଶୁଣି ସେଠାରେ ପହଞ୍ଚତ୍ଥିଲେ। କାରଣ ପଚାରିବାରୁ ଯୁବତୀ ଜଣକ ଆଉ ବଞ୍ଚତ୍ବାକୁ ଚାହୁଁ ନାହିଁ, ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଛି ବୋଲି କହି ଭୋ ଭୋ କାନ୍ଦିଥିଲେ। ପରେ ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖି ଲୋକମାନେ ସ୍ଥାନୀୟ ପୋଲିସ, ଆମ୍ବୁଲାନ୍ସ ଏବଂ ଦମ୍‌କଳକୁ ଖବର ଦେଇଥିଲେ। ପରେ ଦମକଳ ବାହିନୀ ସେଠାରେ ପହଞ୍ଚତ୍ ପୀଡ଼ିତା ଯୁବତୀଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିଲେ। ଖବର ପାଇ ପୀଡ଼ିତାଙ୍କ ମା’ ହସ୍ପିଟାଲରେ ପହଞ୍ଚତ୍ବା ପରେ ଯୁବତୀ ଜଣକ ସବୁ କଥା ପୋଲିସ ନିକଟରେ ପ୍ରକାଶ କରିଥିଲେ। ପୀଡ଼ିତାଙ୍କ ବୟାନ ଓ ଅଭିଯୋଗକୁ ଭିତ୍ତି କରି ଖୋର୍ଦ୍ଧା ପୋଲିସ ଘଟଣାର ପରବର୍ତ୍ତୀ ତଦନ୍ତ ପାଇଁ ଏଫଆଇଆରକୁ ଖଣ୍ଡଗିରି ଥାନାକୁ ହସ୍ତାନ୍ତର କରିଥିଲା। ଖଣ୍ଡଗିରି ଆଇଆଇସି ଖୋର୍ଦ୍ଧା ହସ୍ପିଟାଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ପୀଡ଼ିତା ଖଣ୍ଡଗିରିରୁ ଲିଫ୍ଟ ମାଗି ଆସିବାବେଳେ ଘଟଣା ଘଟିଥିବାରୁ ଅଭିଯୋଗକୁ ସେଠାକୁ ସ୍ଥାନାନ୍ତର କରାଗଲା ବୋଲି ଖୋର୍ଦ୍ଧା ପୋଲିସ କହିଛି। ଭାଜପା ମହିଳା ମୋର୍ଚ୍ଚାର ଖୋର୍ଦ୍ଧା ମଣ୍ଡଳ ସଭାନେତ୍ରୀ ମୀନା ଦାସ ହସ୍ପିଟାଲ ଯାଇ ପୀଡିତାଙ୍କ ସହ ଆଲୋଚନା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାସ ଦାବି କରିଛନ୍ତି।

Share