ଚଳନ୍ତା କାର ଉପରେ ବସିଲା ହାତୀ: ଭିଡ଼ିଓ ଭାଇରାଲ

ବ୍ୟାଙ୍କକ୍‌,୬।୧୧: ଥାଇଲାଣ୍ଡରେ ଥିବା ଖାଓ ୟାଇ ଜାତୀୟ ଉଦ୍ୟାନରେ ଏକ ଚଳନ୍ତା କାର ଉପରେ ହାତୀ ବସିବାକୁ ପ୍ରୟାସ କରୁଥିବା ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ହାତୀଟି କାର ପାଖରେ କିଛି ସମୟ ବୁଲା ବୁଲି କରିବା ପରେ ଏହା ଉପରେ ବସିବାର ପ୍ରୟାସ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ତେବେ କାର ଚାଳକ କୌଶଳ କରି କାରକୁ ହାତୀ ପେଟ ମଝିରୁ ବାହାର କରି ଦୂରକୁ ପଳାଇ ଆସିଥିଲେ। ଏହି ଘଟଣା ପରେ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ହାତୀ ଠାରୁ ୩୦ ମିଟର ଦୂରରେ ନିଜ ଯାନବାହନକୁ ରଖିବାକୁ ପରାମର୍ଶ ଦିଆଯାଇଛି। ଫଟୋ ଉଠାଇବା ଲାଗି ବାହାରକୁ ନ ବାହାରିବାକୁ କୁହାଯାଇଛି।

Share