Categories: ଜାତୀୟ

ଚଳନ୍ତା ଟ୍ରେନ୍‌ରେ ପ୍ରସବ କରାଇ ଚର୍ଚ୍ଚାରେ ଦୁଇ ସେନା ଡାକ୍ତର

ଚଣ୍ଡିଗଡ଼, ୨୯।୧୨: ଭାରତୀୟ ସେନାର ଦୁଇ ଡାକ୍ତର ଏବେ ବେଶ୍‌ ଚର୍ଚ୍ଚାରେ। କ୍ୟାପ୍‌ଟେନ ଲଲିତା ହଂସ ଓ ଅମନଦୀପ କୌର ଏହି କାର୍ଯ୍ୟ ପାଇଁ ସାରା ଦେଶରେ ପ୍ରଶଂସିତ ହୋଇଛନ୍ତି। ଆର୍ମିର ୧୭୨ ମିଲିଟାରୀ ହସ୍ପିଟାଲରେ କାର୍ଯ୍ୟରତ ଏହି ଦୁଇ ସେନା କ୍ୟାପ୍‌ଟେନ ହାୱଡା ଏକ୍ସପ୍ରେସରେ ଯାତ୍ରା କରୁଥିବାବେଳେ କୋମଲ ନାମ୍ନୀ ଜଣେ ମହିଳାଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେମାନେ ଏହା ଶୁଣି ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ମହିଳାଙ୍କ ପ୍ରସବ କରାଇ ଉଭୟ ମାଆ ଏବଂ ଶିଶୁର ଜୀବନ ରକ୍ଷା କରିଥିଲେ। ଏହାପରେ ସେନା ପକ୍ଷରୁ ଶିଶୁଙ୍କ ସହ ଦୁଇ କ୍ୟାପ୍‌ଟେନଙ୍କର ଫଟୋ ଟୁଇଟରରେ ଶେୟାର କରାଯାଇଥିଲା। ଉଭୟ ମା’ ଏବଂ ଶିଶୁ ବର୍ତ୍ତମାନ ସୁସ୍ଥ ଥିବା କ୍ୟାପ୍‌ସନରେ ଲେଖାଯାଇଛି। ଏହି ଟୁଇଟ୍‌ ଏବେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ଟୁଇଟ୍‌କୁ ୧୮ ହଜାର ଲାଇକ୍‌, ୩୫ ଊର୍ଦ୍ଧ୍ୱ ରି-ଟୁଇଟ୍‌ କରାଯାଇଛି। ଭାରତ ସେନା ଆମର ଅସଲ ହିରୋ ବୋଲି ୟୁଜର୍ସମାନେ କହିଛନ୍ତି।

Share