Categories: ବାଣିଜ୍ୟ

ଚଳିତ ଆର୍ଥତ୍କ ବର୍ଷ ୫.୮%କୁ ଖସିବ ଜିଡ଼ିପି

ମୁମ୍ବାଇ,୫-୧୧: ସରକାରଙ୍କ ବିଭିନ୍ନ ପ୍ରଚେଷ୍ଠା ସତ୍ତ୍ୱେ ଚଳିତ ବର୍ଷ ପାର୍ବଣରେ ଚାହିଦା ମନ୍ଥର ରହିବାରୁ ଦେଶର ଜିଡ଼ିପି ଅଭିବୃଦ୍ଧି ଖସିବ। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଜିଡ଼ିପି୫.୮%କୁ ଖସିବ ବୋଲି ବ୍ୟାଙ୍କ ଅଫ୍‌ ଆମେରିକା ମେରିଲ୍‌ ଲିଞ୍ଚ ସୋମବାର ଏହାର ପୂର୍ବାନୁମାନରେ ପ୍ରକାଶ କରିଛି। ଚାଦିଦା ହ୍ରାସ ହେବା ଯୋଗୁ ଦେଶର ଜିଡ଼ିପି ଅଭିବୃଦ୍ଧି ୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ଏବଂ ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ୨୦୧୯-୨୦ ବର୍ଷ ଲାଗି ଜିିଡିପିି ଅଭିବୃଦ୍ଧି ଆକଳନକୁ ରିଜର୍ଭ ବ୍ୟାଙ୍କ ୬.୧%କୁ ଖସାଇଥିବା ଜଣାପଡିଛି।

Share