Categories: ଖେଳ

ଚଳିତ ଦଶନ୍ଧିର ପ୍ରଥମ ଶତକ ହାସଲକାରୀ ଲାବୁସାନ

ସିଡ୍‌ନୀ,୩।୧- ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସାନ ଚଳିତବର୍ଷ ତଥା ଦଶନ୍ଧିର ପ୍ରଥମ ଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ତଥା ଅନ୍ତିମ ଟେଷ୍ଟରେ ୧୩୦ ରନ୍‌ର ଅପରାଜିତ ଇନିଂସ ଖେଳିଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନ ୨୧୦ ବଲର ସମ୍ମୁଖୀନ ହୋଇ ୧୨ ଚୌକା ଓ ଗୋଟିଏ ଛକା ଲଗାଇଛନ୍ତି। ମାତ୍ର ୫ ଟେଷ୍ଟ ଖେଳିଥିବା ଲାବୁସାନଙ୍କ ଏହା ଚତୁର୍ଥ ଶତକ। ଏଥିସହ ସେ ଏକ ସ୍ବତନ୍ତ୍ର ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଲଗାତର ୪ ଟେଷ୍ଟ ହାସଲ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ରିକି ପଣ୍ଟି, ମାଥ୍ୟୁ ହେଡେନ ଓ ଡନ୍‌ ବ୍ରାଡ୍‌ମ୍ୟାନ।

Share