ଚଳିତ ଦଶନ୍ଧିର ସବୁଠାରୁ ଦେବାଳିଆ ବଜେଟ: ଅଖିଳେଶ

ନୂଆଦିଲ୍ଲୀ,୧।୨: ଦ୍ୱିତୀୟ ଥର ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଲୋକ ସଭାରେ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ଏବେ ଦେଖିବାକୁ ମିଳିଛି। ନିର୍ମଳା ସୀତାରାମନ କଶ୍ମୀର କବିତା ପଢି ଓ ମୋଦି ସରକାରଙ୍କ ପ୍ରଶଂସା କରି ବଜେଟ ଉପସ୍ଥାପନ କରିଛନ୍ତି ସତ ହେଲେ ଏହାକୁ ଆଦୌ ପସନ୍ଦ କରି ନାହାନ୍ତି ବିରୋଧୀ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଚଳିତ ଦଶନ୍ଧିର ଏହା ସବୁଠାରୁ ଦେବାଳିଆ ବଜେଟ। ସେ କହିଛନ୍ତି ଏହି ବଜେଟରେ କୃଷକଙ୍କ ଜୀବନରେ କୌଣସି ପରିବର୍ତ୍ତନ ହେବନାହିଁ, ଗରିବ ମୁହଁରେ ହସ ଫୁଟିବ ନାହିଁ, ଯୁବବର୍ଗଙ୍କ ପାଇଁ ରୋଜଗାରର କୌଣସି ସୁବିଧା ନାହିଁ। ତେଣୁ ଏହା ସବୁଠାରୁ ଦେବାଳିଆ ବଜେଟ।

Share