Advertisement

ଚଳିତ ବର୍ଷ କପୁର ପରିବାର ପାଳିବେନି ଗଣେଶ ଚତୁର୍ଥୀ

ମୁମ୍ବାଇ: ପ୍ରତି ବର୍ଷ କପୁର ପରିବାର ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏମାନେ ଏହି ପର୍ବ ପାଳନ କରିବେ ନାହିଁ ବୋଲି ଜଣାପଡ଼ିଛି। ପ୍ରତିବର୍ଷ ଆର୍‌କେ ଷ୍ଟୁଡିଓରେ ଧୁମ୍‌ଧାମ୍‌ରେ ଗଣେଶ ପୂଜାର ଆୟୋଜନ କରାଯାଉଥିବା ବେଳେ ଏହା ଦେଶରେ ପ୍ରସିଦ୍ଧି ଲାଭ ମଧ୍ୟ କରିଥିଲା। ହେଲେ ସମୟ ସହ ସବୁ ବଦଳି ଯାଇଛି। କାରଣ ଚଳିତ ବର୍ଷ ଆର୍‌କେ ଷ୍ଟୁଡିଓ ବିକ୍ରି ହୋଇଯିବା ପରେ ଏଠାରେ ଆଉ ଗଣପତି ବାପା ମୋରୈୟାର ଗୁଞ୍ଜନ ଶୁଣାଯିବ ନାହିଁ। ଅନ୍ୟପଟେ ରାଜ କପୁରଙ୍କ ପୁଅ ରଣଧୀର କପୁର ଗଣେଶ ପୂଜାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବାପା ରାଜ କପୁର ଭଗବାନ ଗଣେଶଙ୍କୁ ଭଲ ପାଉଥିବାରୁ ୭୦ ବର୍ଷ ପୂର୍ବରୁ ଆର୍‌କେ ଷ୍ଟୁଡିଓରେ ପୂଜାର୍ଚ୍ଚନାର ପରମ୍ପରା ଆରମ୍ଭ କରିଥିଲେ। ହେଲେ ଆମ ପାଖରେ ଆଉ ସେଭଳି ବଡ଼ ସ୍ଥାନ ନ ଥିବାରୁ ଷ୍ଟୁଡିଓ ଭଳି ଉତ୍ସବ ପାଳନ କରିପାରିବୁ ନାହିଁ ବୋଲି ରଣଧୀର କହିଛନ୍ତି। ସୂଚନାଯୋଗ୍ୟ, ଆର୍‌କେ ଷ୍ଟୁଡିଓରେ ନିଅଁା ଲାଗିବା ପରେ କପୁର ପରିବାରଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। ଏହାପରେ ତାକୁ ବ୍ରିକ୍ରି କରିଦିଆଗଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share