ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜ୍ୟରେ ୧୯୮୪ରୁ ୨୦୧୯ ମଧ୍ୟରେ ୨ ଲକ୍ଷ ୪୪ହଜାର ୫୫୩ ଗୋବର ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ହୋଇଛି। ଚଳିତ ବର୍ଷ ଆହୁରି ୧ ହଜାର ଗୋବର ଗ୍ୟାସ ପ୍ଲାଣ୍ଟ ନିର୍ମାଣ ହେବ। ବିଜୁଳି ଖର୍ଚ୍ଚ କମାଇବା ଲାଗି ୧୧ ଗ୍ରାମର ୧୪୪ଟି ପରିବାରକୁ ସୌରଶକ୍ତି, ମାଗଣାରେ ବିଦ୍ୟୁତ୍ ଶକ୍ତି ଯୋଗାଇ ଦିଆଯାଇଛି। କଟକ, ପୁରୀ ଏବଂ ଭୁବନେଶ୍ୱରରେ ବିଦ୍ୟୁତ ଚାଳିତ ଗାଡ଼ି ଚଳାଇବା ପାଇଁ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଶହେ କିଲୋମିଟର ବ୍ୟବଧାନରେ ଏସବୁ ଗାଡ଼ି ଚଳାଚଳ କରିବ। ଶନିବାର ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି।