ନୂଆଦିଲ୍ଲୀ,୨୮।୬: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ୬ ମାସ ବୃଦ୍ଧି କରିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ ସାଧାରଣ ନିର୍ବାଚନ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଏବେ ରମଜାନ ଓ ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବାରୁ ଚଳିତ ବର୍ଷ ଶେଷକୁ ନିର୍ବାଚନ କରାଯିବ। ଶାହ ଲୋକ ସଭାରେ ଜମ୍ମୁ-କଶ୍ମୀର ଆରକ୍ଷଣ ବିଲ୍ ଉପସ୍ଥାପନ କରିଛନ୍ତି। ଏହି ବିଲ୍ ମାଧ୍ୟମରେ ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ଲୋକଙ୍କୁ ଲାଭ ମିଳିବ। ପୂର୍ବରୁ ଏହା କେବଳ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲୋକଙ୍କୁ ମିଳୁଥିଲା।