ଚଳିତ ବର୍ଷ ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ ଯୋଜନା ନାହିଁ:ମନ୍ତ୍ରୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ କୌଣସି ଜିଲାରେ ସ୍ପୋଟର୍‌ସ କମ୍ପ୍ଲେକ୍ସ ହେବ ନାହିଁ। ବର୍ତ୍ତମାନ ରାଜ୍ୟରେ ୪ଟି ସାଟେଲାଇଟ୍‌ ଷ୍ଟାଡିୟମ(ଇଣ୍ଟିଗ୍ରେଟେଡ୍‌ ସ୍ପୋଟର୍‌ସ କମ୍ପ୍ଲେକ୍ସ) ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ନୂଆପଡ଼ା ଜିଲାରେ ଜିଲାସ୍ତରୀୟ ସ୍ପୋଟର୍‌ସ କମ୍ପ୍ଲେକ୍ସ କରିବା ପାଇଁ ଜିଲାପାଳଙ୍କଠାରୁ ବିଧିବଦ୍ଧ ପ୍ରସ୍ତାବ ମିଳିଲେ ଏହି ବିଷୟରେ ସରକାର ଚିନ୍ତା କରିବେ। ବିଜେଡି ସଭ୍ୟ ରାଜେନ୍ଦ୍ର ଠୋଲକିଆଙ୍କ ଏକ ପ୍ରଶ୍ନର ଉତ୍ତରରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।

Share