ଚଳିତ ବର୍ଷ ୫୪୦ କୋଟି ନକଲି ଆକାଉଣ୍ଟ୍‌ ହଟାଇଛି ଫେସବୁକ୍‌

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୪।୧୧: ଚଳିତ ବର୍ଷ ଫେସବୁକ୍‌ ୫୪୦ କୋଟି ନକଲି ଆକାଉଣ୍ଟ୍‌ ନିଜ ପ୍ଲାଟ୍‌ଫର୍ମରୁ ହଟାଇଛି। ଏନେଇ ଫ୍ରାନ୍ସ୍‌ର ଏଏଫ୍‌ପି ଏଜେନ୍ସି ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି। ରୟଟର୍ସ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ ଫେସବୁକ୍‌ ୩୨୦ କୋଟି ନକଲି ଆକାଉଣ୍ଟ୍‌ ହଟାଇଥିଲା। ଗତ ବର୍ଷ ହଟାଯାଇଥିବା ଏଭଳି ଆକାଉଣ୍ଟ୍‌ ସଂଖ୍ୟା ୧୫୫ କୋଟି ଥିଲା।

Share