ଚଳିତ ଶିକ୍ଷାବର୍ଷ ପାଇଁ ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଫର୍ମ ପ୍ରଦାନ ଆରମ୍ଭ

ଆନନ୍ଦପୁର,୧୪।୮(ସ୍ବ.ପ୍ର.): ଚଳିତ ମାସ ୧୦ ତାରିଖରେ ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟକୁ ମୋହର ଲାଗିଥିବାବେଳେ ଶିକ୍ଷାବର୍ଷ ୨୦୧୯-୨୦ ପାଇଁ ଛାତ୍ରୀଛାତ୍ରଙ୍କ ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ ୧୪ରୁ ବିଦ୍ୟାଳୟ ପକ୍ଷରୁ ଫର୍ମ ପ୍ରଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧୦୦ରୁ ଊର୍ଦ୍ଧ୍ୱ ଅଭିଭାବକ ସେମାନଙ୍କ ପିଲାଙ୍କ ପାଇଁ ଫର୍ମ ସଂଗ୍ରହ କରିଥିଲେ।
ସୂଚନାଯୋଗ୍ୟ, ଚଳିତ ଶିକ୍ଷାବର୍ଷରେ ଅସ୍ଥାୟୀ ଭାବେ ଆନନ୍ଦପୁର ବ୍ରିଜଛକଠାରେ ଥିବା ବ୍ରଜବନ୍ଧୁ ବିଦ୍ୟାପୀଠରେ ଏହା କାର୍ଯ୍ୟକାରୀ ହେବ। ପ୍ରଥମରୁ ୫ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ନିମନ୍ତେ ପାଠପଢାର ସୁବିଧା ଯୋଗାଇ ଦିଆଯିବା ସହିତ ପରବର୍ତ୍ତୀ ସମୟରେ ଏହାର ଶ୍ରେଣୀ ସଂଖ୍ୟାକୁ ବୃଦ୍ଧି କରାଯିବାର ବ୍ୟବସ୍ଥା ରହିଛି। କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ଠାରୁ ପାଠପଢା ଆରମ୍ଭ ହେବ ବୋଲି ସୂଚନା ମିଳିଛି।