ଚଷମାପ୍ରିୟ ହ୍ରିତିକ

ହ୍ରିତିକ ରୋଶନ ଗୋଟିଏ ଜିନିଷକୁ ଭାରି ଭଲ ପାଆନ୍ତି। ଜୁଆଡେ ଗଲେ ସେ ଏକଥାକୁ କଦାପି ଭୁଲି ନ ଥାନ୍ତି। ଯେତେ ସମୟ ଲାଗୁ ପଛକେ ସେ ମନ ପସନ୍ଦର ଜିନିଷ କିଣିବା ପରେ ଅନ୍ୟ କାମ ପ୍ରତି ନଜର ଦିଅନ୍ତି। ତାହା କ’ଣ ଜାଣନ୍ତି ? ଚଷମା। ଚଷମା କିଣିବା ତାଙ୍କର ଆଉ ଏକ ସଉକ। ହ୍ରିତିକଙ୍କ ଅଭିନୀତ ପ୍ରଥମ ସିନେମା ‘କହୋ ନା ପ୍ୟାର ହୈ’ରେ ସେ ଯେଉଁ ଚଷମା ପିନ୍ଧିଥିଲେ, ଠିକ୍‌ ସେହି ଚଷମାକୁ ସେ ‘କୋଇ ମିଲ୍‌ ଗୟା’ରେ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ମନ ପସନ୍ଦର ଚଷମା ପିନ୍ଧିବା ବ୍ୟତୀତ ଫଟୋଗ୍ରାଫି ତାଙ୍କର ଆଉ ଏକ ସଉକ। ଯେଉଁ ସ୍ଥାନକୁ ଏପରି କି ଶୁଟିଂ ସେଟ୍‌କୁ ଗଲେ ମଧ୍ୟ ସେ ସାଙ୍ଗରେ କ୍ୟାମେରା ନେବାକୁ ଭୁଲି ନ ଥାନ୍ତି।

Share