Advertisement

ଚାଇନାରୁ ଆସିଲା ଭଲ ଖବର: ସଫଳତାର ସହ ପରୀକ୍ଷା ହେଲା କରୋନା ଟୀକା!

ବେଜିଂ,୪।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ ବ୍ୟାପି ସାରିଲାଣି। ହେଲେ ଚାଇନା ଏବେ କରୋନା ଭାଇରସ ପାଇଁ ବାହାର କରିଥିବା ଟୀକା ସଫଳତାର ସହ ପରୀକ୍ଷା କରିଥିବା କହିଛି। ମାର୍ଚ୍ଚ ୧୭ ରେ ଏହାକୁ କ୍ଲିନିକାଲୀ ପରୀକ୍ଷା କରାଯାଇଥିବା ବେଳେ ଏବେ ଏହା ଭଲ ଫଳ ଦେଇଛି ବୋଲି କହୁଛି ଚାଇନା। ଏହି ଟିକାକୁ ପ୍ରାୟ ୧୦୮ ଜଣ ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୪ ଜଣଙ୍କର କ୍ୱାରାଣ୍ଟାଇନ ସମୟ ସରିଛି ଆଉ ଏମାନେ ସୁସ୍ଥ ଅଛନ୍ତି ବୋଲି କହିଛି ଚାଇନା। ଏବେ ଏମାନଙ୍କୁ ୬ ମାସ ଅନୁଧ୍ୟାନ କରିବା ପରେ ଯଦି ଏହା ସଫଳ ହେଲା ତେବେ ଉକ୍ତ ଟିକାକୁ ବିକଶିତ କରାଯାଇ ପ୍ରୟୋଗ କରାଯାଇ ପାରିବ ବୋଲି ଚାଇନା ମତ ରଖିଛି ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share