Categories: ଜାତୀୟ

ଚାଇନାକୁ କଡ଼ା ଜବାବ ଦେବାକୁ ଭାରତବାସୀ ହୁଅନ୍ତୁ ଏକଜୁଟ: ମନମୋହନ ସିଂ

ନୂଆଦିଲ୍ଲୀ, ୨୨।୬: ଭାରତ ଚାଇନା ସୀମାରେ ବୃଦ୍ଧି ପାଉଥିବା ଉତ୍ତେଜନା ନେଇ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମୁହଁ ଖୋଲିଛନ୍ତି। ଏଥିପାଇଁ ଭାରତବାସୀଙ୍କୁ ଏକଜୁଟ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଗଲଓ୍ବାନରେ ଶହୀଦ୍‌ ହୋଇଥିବା ଯବାନଙ୍କ ବଳିଦାନ ବ୍ୟର୍ଥ ହେବ ନାହିଁ। ଏହାର କଡ଼ା ଜବାବ ଦେଶବାସୀଙ୍କୁୁ ଦେବାକୁ ପଡ଼ିବ। ଏନେଇ ସେ ଦେଶବାସୀଙ୍କୁ ଅପିଲ୍‌ କହିଛନ୍ତି। ଚାଇନାକୁ କିଭଳି ଉପଯୁକ୍ତ ଉତ୍ତର ଦିଆଯାଇ ପାରିବ ସେଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଅନୁରୋଧ କରିଛନ୍ତି। ଚାଇନାର ଧମକ ଆଗରେ ଭାରତ ଡ଼ରିଯିବ ନାହିଁ। ଭାରତ ସର୍ବଦା ନିଜର ଅଖଣ୍ଡତା ବଜାୟ ରଖିବ ବୋଲି ସେ କହିଛନ୍ତି। ଭାରତବାସୀ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଠିଆ ହୋଇଛନ୍ତି। ସରକାରଙ୍କ ନିଷ୍ପତ୍ତି ଦେଶର ଭବିଷ୍ୟତ ନିଶ୍ଚିତ କରିବ। ଦେଶର ନେତୃତ୍ୱ କରୁଥିବା ସରକାରଙ୍କ ଉପରେ ଆସି ଗୁରୁ ଦାୟିତ୍ୱ ପଡ଼ିଛି। ଏହାର ମୁକାବିଲା ଲାଗି ସଭିଏଁ ମିଳିତ ହେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।

Share